ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଡିପ୍ଲୋମା ଓ ଇଞ୍ଜିନିଅର ସଂଘ ତରଫରୁ ୫୬ ହଜାର ଟଙ୍କା ପ୍ରଦାନ

0
592

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) -କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା , ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ଏହି କର୍ମ ରେ ଆଜି ଗଞ୍ଜାମ ଜିଲ୍ଲାର ଡିପ୍ଲୋମା ଓ ଇଞ୍ଜିନିଅର ସଂଘ ଭଞ୍ଜନଗର ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଭଞ୍ଜନଗର ବି.ଡି.ଓ ଶ୍ରୀ ଅନିଲ କୁମାର ସେଠୀ ଙ୍କର ଜରିଆରେ ୫୬ ହଜାର ଟଙ୍କାର ଏକ ଡ୍ରାଫଟ୍ ପ୍ରଦାନ କରାଯାଇଛି । ଏହି ଅର୍ଥ ପ୍ରଦାନ ବେଳେ ଡିପ୍ଲୋମା ଓ ଇଞ୍ଜିନିଅର ସଂଘ ଭଞ୍ଜନଗର ଶାଖା ର ସଭାପତି ରଶ୍ମିରଂଜନ ରଥ, ସମ୍ପାଦକ ପ୍ରସନ୍ନ କୁମାର ସାହୁ ଙ୍କ ସମେତ ଅନେକ ଇଞ୍ଜିନିଅର ମାନେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here