ଭଞ୍ଜନଗର ଉପଖଣ୍ଡ ର ସମସ୍ତ ପ୍ରବେଶ ପଥରେ ଲାଗିଲା ସିସି କେମେରା…

0
559

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଉପଖଣ୍ଡ ର ସମସ୍ତ ପ୍ରବେଶ ପଥରେ ଆଜି ପ୍ରଶାସନ ତରଫରୁ ସିସି କେମେରା ଖଞ୍ଜା ଯାଇଛି|ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଉପସ୍ଥିତିରେ ବୁଗୁଡ଼ା ବ୍ଲକ କରସିଂ ଛକ ଠାରେ ଖଞ୍ଜା ଯାଇଛି | ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଏସ. ଡି. ପି. ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବୁଗୁଡ଼ା ତହସିଲଦାର ଓ ଅତରିକ୍ତ ତହସିଲଦାର, ବୁଗୁଡ଼ା ଏବଂ ଜଗନ୍ନାଥପ୍ରସାଦ ଆଇ. ଆଇ. ସି ଉପସ୍ଥିତ ଥିଲେ | ସୂଚନା ଯେ. ଭଞ୍ଜନଗର ଉପଖଣ୍ଡ କୁ ପ୍ରବେଶ କରୁଥିବା ସୋରଡ଼ା ବ୍ଲକ ର ଗାଜଲବାଡ଼ି, ଭଞ୍ଜନଗର ବ୍ଲକ ର ଦୁର୍ଗାପ୍ରସାଦ ଏବଂ ତାରସିଂ, ବୁଗୁଡ଼ା ବ୍ଲକ ର କରସିଂ ଠାରେ ଭଞ୍ଜନଗର ଉପଖଣ୍ଡ କୁ ପ୍ରବେଶ କରୁଥିବା ସମସ୍ତ ଚାରିଗୋଟି ପ୍ରବେଶ ଦ୍ୱାରର ସିସି କେମେରା ଖଞ୍ଜା ଯାଇଛି | ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନକୁ ଯାଞ୍ଚ କରାଯିବ | ମାଲବାହୀ ଗାଡିର ଡ୍ରାଇଭର ଏବଂ ହେଲପର ପରିଚୟ ପତ୍ର ଦେଖେଇ ଜିଲ୍ଲାମଧ୍ୟକୁ ପ୍ରବେଶ କରିବେ | ସମସ୍ତ ଗାଡି ଏବଂ ଚାଳକ ମାନଙ୍କ ତଥ୍ୟ ରଖାଯିବ| ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ |

LEAVE A REPLY

Please enter your comment!
Please enter your name here