କରୋନା ସମ୍ପର୍କରେ ପରାମର୍ଶ ନେବା ପାଇଁ ଆଉ ଏକ ହେଲପଲାଇନ୍ ନମ୍ବର

0
315

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ୩୦୦ ଜଣ ଡାକ୍ତର ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି । ୧୦୪ ନମ୍ବରକୁ ଅଧିକ ପ୍ରଭାବୀ କରିବାକୂ ଚେଷ୍ଟା କରାଯାଉଛି । ୧୦୪ ନମ୍ବରରେ ଦିନକୁ ୧୨ହଜାରରୁ ୧୪ ହଜାର କଲ୍ ଆସୁଛି । ତେଣୁ କରୋନା ସମ୍ପର୍କରେ ପରାମର୍ଶ ନେବା ପାଇଁ ଆଉ ଏକ ହେଲପଲାଇନ୍ ନମ୍ବର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଏହି ସ୍ୱତନ୍ତ୍ର ଟେଲି ହେଲପ ଲାଇନ୍ ନମ୍ବର ହେଉଛି ୧୪୪୧୦ । ଯାହା ଆସନ୍ତାକାଲି ୧୧ଟାରୁ କାର୍ଯ୍ୟକ୍ଷମ ହେବ ।

LEAVE A REPLY

Please enter your comment!
Please enter your name here