ସିଲ ହେଲା କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ

0
445

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ମିଳିଛି । ସେହି ଅଫିସକୁ ୧୪ଦିନ ପାଇଁ ସିଲ୍ କରାଯାଇଛି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ । ସ୍ୱାବ ନମୁନା ପାଇଁ ଅଫିସ କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ପ୍ରକାଶଯୋଗ୍ୟ ଯେ ସେହି ଅଫିସର ଜଣେ କର୍ମଚାରୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏନେଇ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here