ମସଲା ମସରୁମ

0
814

(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ସାମଗ୍ରୀ- ଛତୁ-୧୦ଟି,କଟା କ୍ୟାପସିକମ୍-୫୦ଗ୍ରାମ, କଟା ପିଆଜ-୧୦୦ଗ୍ରାମ, କଟା ରସୁଣ-୨୦ଗ୍ରାମ, ଲଙ୍କା ଗୁଣ୍ଡ-୧ଚାମଚ୍, ମକା ମଞ୍ଜି-୫୦ଗ୍ରାମ ସ୍ୱାଦ ଅନୁସାରେ ଲୁଣ,କଟା ଟମାଟ-୫୦ଗ୍ରାମ, ପିଆଜ ସ„ା-୫୦ଗ୍ରାମ, କଟା ଛତୁ-୫୦ଗ୍ରାମ, ଗ୍ରେଟେଡ୍ ମୋଜରେଲା ଚିଜ୍, ଗୋଲମରିଚ ଗୁଣ୍ଡ-୧ଚମଚ୍, ବଟର-୪ଚାମଚ୍
ପ୍ରଣାଳୀ- ଛତୁ ଗୁଡିକୁ ଭଲଭାବେ ଧୋଇ ତା’ର ଛତୁ ନାଡ ଗୁଡିକୁ ଛତୁଠାରୁ ଅଲଗା କରି ଗୋଟିଏ ପାତ୍ରରେ ରଖିଦେବେ । ଷ୍ଟଫିଂ ପାଇଁ ପ୍ରଥମେ ପ୍ୟାନରେ ୨ଚାମଚ ବଟର୍ ଢାଳି ସେଥିରେ ପିଆଜ ପକାଇ ପିଆଜର ରଙ୍ଗ ଲାଲି ହେବା ପର୍ଯ୍ୟନ୍ତ ପ୍ୟାନରେ ଭାଜନ୍ତୁ ପିଆଜ ଭାଜି ହୋଇଗଲାପରେ ସେଥିରେ କଟା କ୍ୟାପସିକମ୍, କଟା ଟମାଟ, କଟା ମକାମଞ୍ଜି, କଟା ରସୁଣ, କଟା ଛତୁ, କଟା ପିଆଜ ସ„ାକୁ ପ୍ୟାନରେ ପକାଇ ଦେଇ ଭଲଭାବେ ଭାଜି କିଛି ସମୟ ପାଇଁ ତାକୁ ଘୋଡାଇ ଦେବେ ପରିବା ସବୁ ସିଝିଗଲାପରେ ତାକୁ ଅନ୍ୟଏକ ପାତ୍ରକୁ କାଢି ଦିଅନ୍ତୁ । ଛତୁର ଉପରଭାଗ ଗୁଡିକ ମଧ୍ୟରେ ବଟର୍ ଦେଇ ପ୍ରସ୍ତୁତ ମିଶ୍ରଣକୁ ଚାମଚ ସାହାର୍ଯ୍ୟରେ ଭର୍ତ୍ତିକରି ତା’ଉପରେ ଗ୍ରେଟେଡ ଚିଜ୍ କୁ ଦେିଦେବେ ଏଭଳି କରି ସବୁ ଛତୁକୁ ବେକିଂ ଟ୍ରେରେ ଭଲଭାବେ ସଜାି ରଖିଦେବେ ଯେପରି ଭିତର ମସଲା ବା ଚିଜ୍ ବାହାରିନଯାଏ । ଏହାପରେ ଛତୁ ରଖିଥିବା ଟ୍ରେ, ଟିକୁ ଓଭନ୍ରେ ୧୮୦ଡିଗ୍ରୀ ସେଲସିୟସରେ ୧୫ ମିନିଟ ପର୍ଯ୍ୟନ୍ତ ରଖିଦେବେ । ୧୫ ମିନିଟ ପରେ ଓଭାନ ଭିତରୁ ଟ୍ରେ କୁ କାଢି ଥଣ୍ଡାହେବା ପାଇଁ ରଖିଦେବେ ଏହାପରେ ଷ୍ଟଫï ମସଲା ମସରୁମକୁ ଟ୍ରେରୁ କାଢି ଗୋଟିଏ ପେଲଟରେ ରଖି ସେଥିରେ କିଛି ବିଟଲୁଣ ଓ ଗୋଲମରିଚ ଗୁଣ୍ଡ ଛିଞ୍ଚି ଖାନ୍ତୁ ।

LEAVE A REPLY

Please enter your comment!
Please enter your name here