ଚିକେନ ଫ୍ରାୟୀ

0
876

ଆବଶକୀୟ ସାମଗ୍ରୀ: ୫୦୦ ଗ୍ରାମ ଚିକେନ,ଦହି ଅଧା କପ,ଅଦାରସୁଣା ବଟା ୨ ଚାମଚ,କଂଚା ଲଙ୍କା ବଟା ୧ ଛୋଟ ଚାମଚ,କିଛି ଧନିଆ ଓ ପୋଦିନା ପତ୍ର,୧ ବଡ ଚାମଚ MDH ଚିକେନ ମସଲା,୧ ଛୋଟ ଚାମଚ କାଶ୍ମିରୀ ଶୁଖା ଲଙ୍କା ଗୁଣ୍ଡ,୧ ବଡ ଚାମଚ ସୋରିଷ ତେଲ,୧ ଛୋଟ ଚାମଚ ବା ସ୍ୱାଦ ଅନୁସାରେ ଲୁଣ,ସରୁ କଟା ଗୋଟିଏ ବଡ ପିଆଜ,କିଛି ଭୃସଙ୍ଗ ପତ୍ର,୧୦-୧୫ଟି କାଜୁ |
ପ୍ରସ୍ତୁତି ପ୍ରଣାଳୀ: ଉପର ଲିଖିତ ସମସ୍ତ ମସଲା ସାମଗ୍ରୀ ସହ ଚିକେନକୁ ଗୋଳାଇ ୩ ରୁ ୪ ଘଣ୍ଟା ପାଇଁ ମେରିନେସନ ପାଇଁ ଫ୍ରୀଜରେ ରଖନ୍ତୁ | କଡ଼ାଇରେ ୩ ରୁ ୪ ବଡ ଚାମଚ ସୋରିଷ ତେଲ ବା ରିଫାଇନ ତେଲ ଗରମ କରି ପିଆଜକୁ ଭାଜି ନିଅନ୍ତୁ,ସେଥିରେ କାଜୁ ଓ ଭୃସଙ୍ଗ ପତ୍ର ପକାନ୍ତୁ | ପିଆଜ ଭାଜି ହେଲା ପରେ ମେରିନେଟେଡ଼ ଚିକେନ ପକାଇ ନିଜ ପସନ୍ଦ ଅନୁସାରେ ଭାଜି ଦିଅନ୍ତୁ | କିଛି କଟା ଧନିଆ ପତ୍ର ପକାଇ ଥାଳିରେ ସଜାଇ ଦିଅନ୍ତୁ ,ପ୍ରସ୍ତୁତ ହୋଇଗଲା ସୁସ୍ୱାଦୁ ଚିକେନ ଫ୍ରାୟୀ |

LEAVE A REPLY

Please enter your comment!
Please enter your name here