ଲକ ଡାଉନ ନିୟମକୁ କଡାକଡ଼ି କଲା କୋଦଳା ପୁଲିସ, ତିନି ଅଟକ, କୋଡ଼ିଏରୁ ଉର୍ଦ୍ଧ ଉଲଂଘନକାରୀଙ୍କୁ ଚେତାବନୀ

0
671

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଲକ ଡାଉନ ଆଇନ ଉଲଂଘନକାରୀଙ୍କ ଉପରେ କୋଦଳା ପୁଲିସ ଦୃଢ ହୋଇଛି l ଗତକାଲି ଲକ ଡାଉନ ନିୟମକୁ ଅଧିକାଂଶ ଵ୍ୟକ୍ତି ହାଲକା ଭାବେ ନେଇ ରାସ୍ତାଘାଟରେ ଏଣେତେଣେ ବୁଲାବୁଲି କରିବା ଦେଖାଦେଇଥିଲା l ବିନା କାରଣରେ ପୁଲିସ ପାସ ପାଇବା ପାଇଁ ଥାନାରେ ବହୁସଂଖ୍ୟାରେ ଲୋକ ଜମାହୋଇ ଗହଳି କରିଥିଲେ l ଫଳରେ କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ସରକାର କରିଥିବା ସାମାଜିକ ଦୂରତ୍ୱର ପ୍ରକୃତ ଉଦେଶ୍ୟର ଆବଶ୍ୟକତା ଉପରେ ଲୋକଙ୍କ ଚିନ୍ତାଧାରାରେ କୋଣସି ପରିବର୍ତନ ପରିଲକ୍ଷିତ ହୋଇନଥିବା ଅନୁଭବ କରି କୋଦଳା ଓ ବେଗୁନିଆପଡା ପୁଲିସ ବୁଧବାର ଆଇନକୁ କଡାକଡି ଭାବେ ପାଳନ କରିଥିଲେ l ଲୋକଙ୍କୁ ସଚେତନ କରିବା ପାଇଁ କୋଦଳାରେ ନିୟମ ଉଲଂଘନ କରି ଦୋକାନ ଖୋଲିଥିବା ଅଭିଯୋଗରେ ତିନି ଜଣକୁ ଅଟକ ରଖାଯାଇଛି l କୋଡିଏରୁ ଉର୍ଦ୍ଧ ବାଇକ ଆରୋହୀଙ୍କୁ ପିଆର ବଣ୍ଡରେ ଚେତାବନୀ ଦେଇ ଛଡାଯାଇଛି l ଏହାସହ ପଦାରେ ବୁଲୁଥିବା ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ଚେତାବନୀ ଦିଆଯାଇଥିବା କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here