୨ ବାଲି ଓ ୧ ପଥର ବୋଝେଇ ଟ୍ରାକ୍ଟର ଜବତ

0
490

ବୁଗୁଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଗୁଡା ତହସିଲ ଇଲାକାରେ ୨ବାଲି ଓ ୧ ପଥର ବୋଝେଇ ଟ୍ରାକ୍ଟର ଚୋରା ଚାଲାଣ ହେଇଥବା ବେଳେ ଜବତ କରାଯାଇ ୩୦,୯୬୦ ଟଙ୍କା ଜୋରିମାନା ଆଦାୟ କରି ଗାଡି ଛାଡିଥିବା ଜଣା ପଡ଼ିଛି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ଓ ବି.କରଡ଼ାବାଡ଼ି ରାଜସ୍ୱ ନିରୀକ୍ଷକ ଦ୍ବୟ ଚୋରା ଚାଲାଣ ହେଉଥିବା ଦୁଇ ବାଲି ବୋଝେଇ ଓ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ। ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ୧୦,୧୨୦ ଟଙ୍କା ଜରିମାନା ପଡିଥିବା ବେଳେ ଅନ୍ୟ ବାଲି ବୋଝେଇ ଟ୍ରାକ୍ଟରରେ ଓଭରଲୋଡ ଥିବାରୁ ୧୦,୪୨୦ ଟଙ୍କା ଏବଂ ପଥର ବୋଝେଇ ଟ୍ରାକ୍ଟରକୁ ୧୦,୪୨୦ ଟଙ୍କା,ଏହିପରି ମୋଟ ୩୦,୯୬୦ ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here