ନୃସିଂହ ମହାପ୍ରଭୁଙ୍କ ବିବାହ ଉତ୍ସବ ପାଳିତ ।

0
505

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ମହାନଗରର ପୁରୁଣା ବ୍ରହ୍ମପୁର ଆଇନାବନ୍ଧ ସାହି ଠାରେ ମହାପ୍ରଭୁ ନୃସିଂହଙ୍କ ବିବାହ ଉତ୍ସବ ତଥା ନୃସିଂହଙ୍କ ପେଡି ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ପ୍ରତି ତିନି ବର୍ଷରେ ଅନୁଷ୍ଠିତ ଏହି ଯାତ୍ରାରେ ବିବାହ ମଣ୍ଡପରେ ସକାଳୁ ଯାତାରିତୀ ଅନୁସାରେ ଅନୁଷ୍ଠିତ ହୋଇ ଦିନ ତମାମ ବିଭିନ୍ନ ପୂଜା ଓ ରୀତିନୀତି ଅନୁଷ୍ଠିତ ହୋଇଯାଇଛି ।ଏହା ପରେ ସଂଧ୍ୟାରେ ପ୍ରଭୁଙ୍କ ନଗର ପରିକ୍ରମା ବାଜାବାଜଣା ଘଣ୍ଟ ଘଣ୍ଟା ଓ ପୂଜକଙ୍କ ନିଆଁ ହୁଳା ଧରି ବିଷ୍ଣୁ ସହସ୍ର ନାମ ସଂକୀର୍ତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡା ରମେଶ ଚନ୍ଦ୍ର ଚିୟାଊପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ଯୁବ ସଭାପତି ଧନଜଂୟ ରାଓ, ନଗର ଯୁବ ସଭାପତି ମୁକୁନ୍ଦ ଗୌଡ, ପୂର୍ବତନ କୋରପରେଟର ଦୁର୍ଯ୍ୟୋଧନ ସାହୁ,ଟି ଗୋପି,ପୂର୍ବତନ କୋରପରେଟର ଦଣ୍ଡ ପାଣି ନାୟକ, ଚିତ୍ରସେନ ମହାପାତ୍ର, ଅନିଲ କୁମାର ଚୌଧୁରୀ,ବୁଢୁ ପାଢୀ, ଲକ୍ଷ୍ମୀ ପ୍ରିୟା ପାଢୀ, ସୁଇଟି ସାହୁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ପ୍ରଭୁ ଙ୍କ ଆଶିଷ ଲାଭ କରିଥିଲେ ।ବିଶ୍ଵ କଲ୍ୟାଣ ଅର୍ଥେ ଅନୁଷ୍ଠିତ ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ବହୁ ଯୁବକ ଓ ଅଞ୍ଚଳ ବାସୀଙ୍କ ଅକୁଣ୍ଠିତ ସହଯୋଗରେ ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ ।ପୂଜକ ତାରିଣୀ ସାହୁ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା ଦାଶୁଡୁ ମାନେ ପାରମ୍ପାରିକ ରିତୀ ପୂଜା ଅର୍ଚ୍ଚନା କରାଯାଇଥିଲା ।ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here