ବ୍ରହ୍ମପୁର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ ; ୨ ଜଣ ଗିରଫ

0
738

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା ) : ଗତକାଲି ସହରର ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରୁ ୨୫କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ରେଳବାଇ ପୋଲିସ । ଇନ୍ସପେକ୍ଟର ଦିଲ୍ଲୀପ କୁମାରଙ୍କ ସୂଚନା ଅନୁଯାୟୀ,ଜବତ ହୋଇଥିବା ଗଞ୍ଜେଈର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୨ହଜାର ୪୦୦ଟଙ୍କା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ଗଜପତି ଜିଲ୍ଲା ଲବରସିଂର କେ ଆଶିଷ କୁମାର ପାତ୍ର ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ବିମଲ ବସ୍ତିଆ। ବୋଲି ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ଗୋଟିଏ ଟ୍ରଲି ବ୍ୟାଗ ଓ ଗୋଟିଏ ଏୟାର ବ୍ୟାଗରେ ଗଞ୍ଜେଇ ଲୁଚାଇ ରଖି ନେଉଥିବା ବେଳେ ପୋଲିସ ଦ୍ୱାରା ଧରାପଡ଼ି ଥିଲେ । ଗଞ୍ଜେଇ କେଉଁଠୁ କେଉଁଠିକୁ ଚାଲାଣ କରାଯାଉଥିଲା ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here