ଗଞ୍ଜାମ ପୋଲିସକୁ ବଡ଼ ସଫଳତା, ୯ଲୁଟେରା ଗିରଫ ବହୁ ମାରଣାସ୍ତ୍ର ଜବତ।

0
800

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ)-: ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଘଟିଥିବା ମୋଟ ୧୩ଟି ଲୁଟ୍ ମାମଲାରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୪ଦେଶୀ ପିସ୍ତଲ, ୧୦ଟି ଜୀବନ୍ତ ଗୁଳି, ଖଣ୍ଡା, ଛୁରୀ ଜବତ କରିବା ସହ ସେମାନଙ୍କ ନିକଟରେ ଥିବା ୧୬ଟି ମୋବାଇଲ୍ ଫୋନ ସହିତ ୪ଟି ମୋଟର ସାଇକେଲ ଜବତ କରିଛି। ଅଭିଯୁକ୍ତମାନେ ବିଭିନ୍ନ ଘରୋଇ ଫାଇାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ପିସ୍ତଲ ମୁନରେ ଭୟଭୀତ କରି ଏପରିକି ଆକ୍ରମଣ କରି ଟଙ୍କା ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗର ବର୍ତ୍ତମାନ ୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି।ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଆଜି ଛତ୍ରପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଯୋଗୀ ଗୌଡ଼, ଶିବରାମ ଦାଶ, ସୁନୀଲ ମହାନ୍ତି, ଅଶ୍ୱିନୀ ଗୌଡ଼, ତନୁଜା ସ୍ୱାଇଁ, ମନୋଜ ଗୌଡ଼, ଭରତ ପ୍ରଧାନ, ସଞ୍ଜୟ ନାହାକ ଓ ଆଦିତ୍ୟ ପଲେଇ। ଫୁଲବାଣୀ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ପାଟପୁର, ଖଲିକୋଟ ଆଦି ଥାନା ଇଲାକାରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ରହି ଦୀର୍ଘ ଦିନ ଧରି ଲୁଟ୍ ତରାଜ କରୁଥିଲେ। ଜେରା ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ହେଡ୍କ୍ୱାଟର ଉତ୍କଳ କେଶରୀ ଦାସ, ଡିଏସପି ସଞ୍ଜୟ ମହାପାତ୍ର, ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ୍, ପୁରୁଷୋତମପୁର ଏସଡ଼ିପିଓ ସୀମା ସ୍ୱାଇଁ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଖଲିକୋଟ ଥାନାଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ପୁରୁଷୋତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଗାଙ୍ଗପୁର ଥାନାଅଧିକାରୀ ଧୀରେଶ ଦାଶ, କୋଦଳା ଥାନାଅଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here