ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

0
686

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ସହରର ଗାନ୍ଧିନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ତରଫରୁ ବିଭାଗୀୟ +୩ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ବିଭାଗର ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା | ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ | ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ଼.ଶ୍ରୀ ବସନ୍ତ କୁମାର ଆଚାରୀ ଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଯୋଜନା ଉଚିତ ମାର୍ଗରେ କାର୍ଯ୍ୟକାରୀ କରିବା ପାଇଁ ଉଦବୋଦ୍ଧନ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ | ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ସମିତା ସାହୁ,ଶ୍ରୀମତୀ ଆଶା କିରଣ ପଣ୍ଡା ଏବଂ ଶ୍ରୀମତୀ ଅନିତା କୁମାରୀ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ପ୍ରାଣୀବିଜ୍ଞାନର ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରୀମାନେ ନୂତନ ବର୍ଷର ଛାତ୍ରୀମାନଙ୍କୁ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ | ତୃତୀୟ ବର୍ଷର ଛାତ୍ରୀ ଭକ୍ତିପ୍ରିୟା ଦାଶ ଏବଂ ଦ୍ଵିତୀୟ ବର୍ଷର ଛାତ୍ରୀ ଅଲିଫା ହୁସେନ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ | ତୃତୀୟ ବର୍ଷର ଛାତ୍ରୀ ସୁଷମା ସାହୁ ଏବଂ ଅଞ୍ଜନୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରଣତି ପ୍ରିୟଦର୍ଶନୀ ଏବଂ ମନସ୍ଵିନୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here