ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ବୁଗୁଡା ପୋଲିସର ଫ୍ଳାଗ ମାର୍ଚ୍ଚ

0
115

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ପକ୍ଷରୁ ଦୁଇ ପଞ୍ଚାୟତରେ ଫ୍ଳାଗ ମାର୍ଚ୍ଚ କରାଯାଇ ଶାନ୍ତି ଶୃଙ୍ଖଳା ସହ ଆଗାମୀ ନିର୍ବାଚନ ପରିଚାଳନା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି, ଆଇନ ଶୃଂଖଳା ବ୍ୟବସ୍ଥା ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକଙ୍କ ତତ୍ୱାବଧାନରେ ବୁଗୁଡା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଓ ଏସଆଇ ସମୀର କୁମାର ସେଠୀଙ୍କ ସମେତ ସମସ୍ତ ପୋଲିସ ବାହିନୀ ଗୋଲିଆ ପଞ୍ଚାୟତ ଓ ଭାମଶ୍ୟାଳି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଫ୍ଳାଗ ମାର୍ଚ୍ଚ କରିଥିଲେ। ପୋଲିସ ବାହୀନ ଆଇନ ଶୃଙ୍ଖଳା ଭଙ୍ଗକାରୀଙ୍କୁ ଫ୍ଲାଗ ମାର୍ଚ୍ଚ ମାଧ୍ୟମରେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପୋଲିସ ପ୍ରସ୍ତୁତ ବୋଲି ଜଣାଇ ଦେଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here