ରାଜନୀତି ବିଜ୍ଞାନ ବିଭାଗର ନୂତନ ଅଧ୍ୟାପକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
126

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗରେ ନୂତନ ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କୁ ବିଭାଗ ପକ୍ଷରୁ ମାର୍ଚ୍ଚ ୪ ତାରିଖ ଦିନ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାର ନୂଆଁ ଗାଁ ଅନ୍ତର୍ଗତ କୋରଡା ଗ୍ରାମର ପବିତ୍ର ଖଣ୍ଡୁଆଳ ଓଡିଶା ରାଜ୍ୟ ସରକାରଙ୍କ ଷ୍ଟେଟ ସେଲେକ୍ସନ ବୋର୍ଡ଼ ଦ୍ୱାରା ମନୋନୀତ ହୋଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଭାବେ ମାର୍ଚ୍ଚ ୨ ତାରିଖ ଦିନ ପିପୁଲସ କଲେଜରେ ଯୋଗଦେଇଛନ୍ତି। ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର ଓ ଲୋକନାଥ ବେହେରାଙ୍କ ତତ୍ତ୍ୱାବଧାନରେ ଶ୍ରୀ ଖଣ୍ଡୁଆଳଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଆୟୋଜନ କରାଯାଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ ଶ୍ରୀ ଖଣ୍ଡୁଆଳଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ସାହୁ ନୂତନ ଅଧ୍ୟାପକ ଶ୍ରୀ ଖଣ୍ଡୁଆଳଙ୍କୁ ସ୍ୱାଗତ କରିବା ସହ ତାଙ୍କର ପରିଚୟ ପ୍ରଦାନ କରିଥିଲେ। ନୂତନ ଅଅଧ୍ୟାପଙ୍କୁ ରାଜନୀତି ବିଭାଗ ଛାତ୍ରଛାତ୍ରୀ ବୃନ୍ଦ ସମ୍ମାନ ସହ ସ୍ୱାଗତ କରିବା ସହ ଖୁସି ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here