ଉଦଘାଟିତ ହେଲା ୧୨ ତମ ମହାନଗର ମହୋତ୍ସବ ମେଳା

0
117

ବ୍ରହ୍ମପୁର: ଲୋକକଳା ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ସହ ଗୋଟିଏ ମଞ୍ଚରେ ପ୍ରଦର୍ଶିତ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ମହାନଗର ମହୋତ୍ସବ ବ୍ରହ୍ମପୁର। ଶନିବାର ଉଦଘାଟିତ ହୋଇଯାଇଛି ଏହି ୧୨ ‘ତମ ବ୍ରହ୍ମପୁର ମହାନଗର ମହୋତ୍ସବ ମେଳା। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ପରିସରରେ ଆୟୋଜିତ ଏହି ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ମେଳାର ଉଦଘାଟନ କରିବା ସହ ଗଞ୍ଜାମ ଜିଲ୍ଲା ହେଉଛି କଳା ସଂସ୍କୃତି ,ସାହିତ୍ୟ ଓ ଗବେଷଣାର ଏକ ହବ୍ ବୋଲି ମତବ୍ୟକ୍ତ କରିଥିଲେ। ଶନିବାର ସନ୍ଧ୍ୟାର ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାୟପଟ୍ଟନାୟକ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖିବାକୁ ହେଲେ ଏଭଳି ମହୋତ୍ସବର ଆବଶ୍ୟକତା ଥିବା ମତ ରଖିଥିଲେ। ଏଥିସହ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ କଳା, ସାହିତ୍ୟ ଠାରୁ ଆରମ୍ଭ କରି ଆଦି ସବୁ କ୍ଷେତ୍ରରେ ରାଜ୍ୟରେ ଦକ୍ଷିଣ ଓଡିଶାର ଏକ ସ୍ୱତନ୍ତ୍ରତା ଥିବା ନେଇ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଇ. ଉମାଶଙ୍କର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟରେ ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ , ସମ୍ପାଦକ ଗୋପାଳ ପଟ୍ଟନାୟକ,ଉପ ସଭାପତି ମିହିର ରଞ୍ଜନ ତ୍ରିପାଠୀ, ଅନୀଲ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। । ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଦୀର୍ଘ ୧୦ ଦିନ ବ୍ୟାପୀ ଚାଲିବ । ମେଳା ଉଦଘାଟନୀ ସଂନ୍ଦ୍ୟାର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମା ଗ୍ରାମ ଦେବତୀ ନାଟ୍ୟ ସଂସଦ କୁମାରପାଣି ପକ୍ଷରୁ କୃଷ୍ଣ ନୀଳା, ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ଲୋକ ନୃତ୍ୟୁ , ଆଧୁନିକ ନୃତ୍ୟ , ସମେତ ଗଞ୍ଜାମ ଜିଲ୍ଲା ବୋଡି ବିଲ୍ଡିଂ ଏବଂ ଫିଟନେସ ଆସୋସିଏସନ୍ ର ବଡି ବିଲ୍ଡର ମାନଙ୍କ ଦ୍ଵାରା ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ମହୋତ୍ସବର ଆଉ ଏକ ଆକର୍ଷଣ ହେଉଛି ଜିଲ୍ଲା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୧୦୦ ରୁ ଉର୍ଦ୍ଧ ଷ୍ଟାଲ । ଯେଉଁଥିରେ ଘରୋଇ ଉପକରଣ ସହ ଖାଇବା ଏବଂ ବିଭିନ୍ନ ପ୍ରକାର ସାମଗ୍ରୀର ବିକ୍ରିବଟା। ପରିଶେଷରେ ମହୋତ୍ସବ ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ସ୍ୱାଧୀନ କୁମାର ପାତ୍ର, ଅନନ୍ତ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here