ବୁଦ୍ଧଖୋଲରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ

0
140

ବୁଗୁଡା: ବୁଗୁଡା ବନ ବିଭାଗ, ବୁଗୁଡା ପିପୁଲସ କଲେଜ ଏନସିସି ଆର୍ମି ଉଇଙ୍ଗି, ବୁଦ୍ଧଖୋଲ ଉନ୍ନୟନ ସମିତି ଓ ଯୁବାଂଶ ୟୁଥ ଅର୍ଗାନାଇସେନ ର ମିଳିତ ଭାବେ ଜାନୁଆରୀ ୯ ତାରିଖ ଦିନ ବୁଦ୍ଧଖୋଲର ବଣଭୋଜି ସ୍ଥଳରେ ଜମିଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଅଳିଆ ସାମଗ୍ରୀ ସଫା କରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ସ୍ୱଚ୍ଛତା ଆଣିଥିଲେ। ପ୍ରୋଭିଜିନାଲ ଏ.ସି.ଫ. ଓଁକାର ଦାଶ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ପିପୁଲସ କଲେଜ ଏନସିସି ଅଫିସର ଅଧ୍ୟାପକ ଲେଫ୍ଟେନାଣ୍ଟ ଅଜୟ କୁମାର ସାହୁ ଓ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ପ୍ରମୁଖଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ, ଏନସିସି କ୍ୟାଡଟ, କଲେଜ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ବୃନ୍ଦ ପଲିଥିନ ମୁକ୍ତ ବୁଦ୍ଧଖୋଲ ପାଇଁ ଏକ ସଚେତନତା ରାଲି କରିବା ସହ ବୁଦ୍ଧଖୋଲର ବଣଭୋଜି ସ୍ଥଳୀ ଗୁଡିକ ସଫା କରିଥିଲେ। ଏଥିସହ ସମସ୍ତେ ପରିବେଶ ସ୍ୱଚ୍ଛତା ପାଇଁ ସଚେତନତା କରାଇବାକୁ ଶପଥ ପାଠ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here