ଧାନର ଗୁଣବତ୍ତା ଉପରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

0
122

ଭଞ୍ଜନଗର:ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ RMC ସଭା ଗୃହ ରେ ଧାନ ର ଗୁଣବତ୍ତା ନିର୍ଣ୍ଣୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଏଥିରେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଆଠ ଗୋଟି ବ୍ଲକ ରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସମ୍ପାଦକ ଓ DEO ମାନେ ଯୋଗ ଦେଇ ଧାନ ର ଗୁଣବତ୍ତା କେମିତି ନିର୍ଣ୍ଣୟ କରିହେବ ,ସେ ବାବଦରେ ପ୍ରଶିକ୍ଷଣ ନେଇଥିଲେ | ଭଞ୍ଜନଗର ବ୍ଲକ ର ଯୋଗାଣ ନିରୀକ୍ଷକ ଶ୍ରୀ ଚମ୍ପଇ ମାର୍ଣ୍ଡି ଓ କ୍ୱାଲିଟି analyst ଶ୍ରୀମତୀ ପୂଜା ସାହୁ ମାଷ୍ଟର ଟ୍ରେନର ହିସାବରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ |
ଯେହେତୁ ଉପଖଣ୍ଡର ସମସ୍ତ ଜାଗାରେ ଧାନ କିଣା ଆରମ୍ଭ ହୋଇଗଲାଣି ,ତେଣୁ ସମସ୍ତ ସମ୍ପାଦକ ମାନଙ୍କୁ ଅନୁରୋଧ କରାଯଇଥିଲା ,ସେମାନେ ଯଥା ଶୀଘ୍ର ନିଜ ନିଜ ର ସୋସାଇଟି ରେ ଉକ୍ତ ଟ୍ରେନିଂ କାର୍ଯ୍ୟକ୍ରମ କରିବା ପାଇଁ | ସୋସାଇଟି ଲେବେଲ ପ୍ରକୂରମେଣ୍ଟ କମିଟି ର ସମସ୍ତ ସଦସ୍ୟ ତଥା ଚାଷୀ ମାନଙ୍କୁ ସେଠାରେ ଟ୍ରେନିଂ ଦେବା ପାଇଁ ଉପ ଜିଲ୍ଲା ପାଳ ନିର୍ଦେଶ ଦେଇଥିଲେ | ଏ ବର୍ଷ ଯେମିତି ଧାନ କିଣା ସୁରୁଖୁର ରେ ଚାଲି ପାରିବ ସେଥିପାଇଁ ସେ ଖାଦ୍ୟ ଯୋଗାଣ ବିଭାଗ ,ସମବାୟ ବିଭାଗ ତଥା RMC ର କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |
ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ ମହାନ୍ତି ,RMC ସମ୍ପାଦକ ଶ୍ରୀ କସ୍ତୁରୀ ସନ୍ୟାସୀ ରାଜୁ ,ସମସ୍ତ ଆଠ ଗୋଟି ବ୍ଲକ ର ଯୋଗାଣ ନିରୀକ୍ଷକ ,ସମବାୟ ବିଭାଗର ଅଧିକାରୀ ମାନେ ଯୋଗ ଦାନ କରିଥିଲେ | ସଭା କାର୍ଯ୍ୟ କୁ ଉପଖଣ୍ଡ ଲୋକ ସୂଚନା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥି ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here