ବଡ ଖଇରଖମା ପଞ୍ଚାୟତର ପୂର୍ବତନ ସରପଂଚ ଭୀମ ପ୍ରଧାନଙ୍କ ବିୟୋଗ ,ବିଭିନ୍ନ ମହଲରେ ଶୋକ

0
185

ଗଞ୍ଜାମ:ଗଞ୍ଜମ ଜିଲ୍ଲା ବେଗୁନିଆ ପଡ଼ା ବ୍ଲକ ବଡ ଖଇରଖମା ପଂଚାୟତର ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡ଼ି ନେତା ଭୀମ ପ୍ରଧାନ ଦାସଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସେ ଜଣେ ଭଲ ସଂଗଠକ ମଧ୍ୟ ଥିଲେ । ପଂଚାୟତରେ ତାଙ୍କର ବେଶ ପରିଚିତି ଥିଲା । ସେ ଜଣେ ସମାଜସେବୀ ଓ ଲୋକଙ୍କ ସମସ୍ୟା ବୁଝୁଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଏଥିସହିତ ରାଜନୀତି ସହ ଜଡ଼ିତ ବିଭିନ୍ନ ଦଳର ବ୍ୟକ୍ତିମାନେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଶବାଧାର ନିକଟରେ ତିନି ପୁଅ ଡ଼ାକ, ପ୍ରକାଶ ଓ ପୂର୍ଣ୍ଣ ଓ ତିନି ବୋହୂଙ୍କ ସମେତ ନାତି, ନାତୁଣୀ ଝିଅ-ଜ୍ୱାଇ ଆଦି ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ଶବାଧାରରେ ବନ୍ଧୁବର୍ଗ ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ନିଜ ପ୍ରତିନିଧିଙ୍କୁ ଶେଷଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here