ବିଜ୍ଞାନ ମେଳାରେ କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା ୭୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ

0
234

ଦିଗପହଣ୍ଡି – ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ବୀଣାପାଣି ନର୍ସରୀ ସ୍କୁଲ ପରିସରରେ ଅନୁଷ୍ଠିତ ବିଜ୍ଞାନ ମେଳାରେ କୁନି କୁନି ବିଦ୍ୟାର୍ଥୀଙ୍କ ଦ୍ଵାରା ୭୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିବା ଜଣାପଡ଼ିଛି । ବିଦ୍ୟାଳୟ ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନା ଏବଂ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ରସାନନ୍ଦ ରାଉତଙ୍କ ଅଧ୍ଯକ୍ଷତାରେ ଆୟୋଜିତ ପ୍ରଦର୍ଶନୀ ମେଳାରେ ଦିଗପହଣ୍ଡି ଏନ୍ ଏସି ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସେହିପରି ଆଇନଜୀବି ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ , ପରେଶ ଚନ୍ଦ୍ର ରଥ , ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର , କମଳିନୀ ସାମନ୍ତରାୟ , ଅଧ୍ଯକ୍ଷା ବିଷ୍ଣୁପ୍ରିୟା ଦାଶ ଏବଂ ସହ ଅଧ୍ଯକ୍ଷା ରୀତାଞ୍ଜଳି ମହାରଣା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ବିଦ୍ଯାଳୟରେ ଅଧ୍ୟୟନରତ ଜୁନିୟର ଏବଂ ସିନିୟର ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜୁନିୟର ବିଭାଗରେ ସଶ୍ମିତା ମହାପାତ୍ର , ସୋନମ ଶୀତଲ ମହାପାତ୍ର ଏବଂ ଆଶିଷ ପଣ୍ଡା ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବିଭାଗରେ ସୁଚିତ୍ରା ସାହୁ , ଟି. ରୋହିତ ଦୋରା ଏବଂ ବି. ରାହୁଲ ରେଡ୍ଡୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଦଯାପନୀ ସମାରୋହରେ ଅତିଥି ବୃନ୍ଦ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟ କର୍ମକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here