ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା ଶିବିର

0
149

ବୁଗୁଡା : ଗଂଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଅଗଷ୍ଟ ୯ ତାରିଖ ଦିନ ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ମ୍ୟାଲେରିଆ ସୁପ୍ରଭାଇଜର ସ୍ୱରୂପ ପାତ୍ର, ଯୁବ ରେଡକ୍ରସ ସଂଯୋଜକ ତଥା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଅଧ୍ୟାପିକା ପ୍ରଜ୍ଞା ପରମିତା ସାହୁ, ଅଧ୍ୟାପିକା ସୁଚିତ୍ରା ପଣ୍ଡା, ସ୍ୱାସ୍ଥ୍ୟ ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ଓ ଫାଇଲେରିଆ ସାମାଜିକ କର୍ମକର୍ତ୍ତା ଅନିତା ସାହୁ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ଜ୍ୱର ବିଷୟରେ ସଚେତନତା କରବା ସହ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା, ଷ୍ଟାପ ନର୍ସ ଗଙ୍ଗା ସାହାଣି ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here