‘ବୋଲ୍ ବୋଲ୍ ବମ୍… ହରହର ବମ୍’ ଅଡ଼ିଓ-ଭିଡ଼ିଓ ସିଡି ଲୋକାର୍ପିତ

0
220

ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ସ୍ଥାନୀୟ ପାତାଳେଶ୍ୱର ମହାଦେବ ମନ୍ଦିର ପରିସରରେ ‘ବୋଲ୍ ବୋଲ୍ ବମ୍… ହରହର ବମ୍’ ଶୀର୍ଷକ ଏକ ଅଡ଼ିଓ-ଭିଡ଼ିଓ ସିଡି ଲୋକାର୍ପିତ ହୋଇଯାଇଛି l କଣ୍ଠଶିଳ୍ପୀ ତଥା ସାମ୍ବାଦିକ ସୁଦୀପ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ଉପ-ଆଯୁକ୍ତ ବିନୋଦ ବେହେରା ମୁଖ୍ୟଅତିଥି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଓ ୟୁ-ଟିଭି ପରିଚାଳନା ନିର୍ଦ୍ଦେଶକ ଆତ୍ମାରାମ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏଲ୍.ବି. ମ୍ୟୁଜିକ୍ ପ୍ରଡକ୍ସନ୍ ପକ୍ଷରୁ ପ୍ରସ୍ତୁତ ଏହି ସିଡିକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ l
ରାଜ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବୋଲ୍ ବୋଲ୍ ବମ୍… ହରହର ବମ୍’ ଅଡ଼ିଓ-ଭିଡ଼ିଓ ସିଡିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ପିଣ୍ଟୁ ଦାସ l ଖ୍ୟାତିପ୍ରାପ୍ତ କଣ୍ଠଶିଳ୍ପୀ କିଶୋର କୁମାର ଓ ରଶ୍ମିରେଖା କଣ୍ଠଦାନ କରିଥିଲେ l ପି. ଶାରଦା ଏହି ସିଡି ପାଇଁ ଗୀତ ରଚନା କରିଥିବା ବେଳେ ବିଭିନ୍ନ ଭୂମିକାରେ ରାଜ, ରଶ୍ମିତା ଦଳେଇ, ଚିକୁ, ଗୀତା, ଟାଟା, ବିଜୟଲକ୍ଷ୍ମୀ, ନିରଞ୍ଜନ ଓ ବିଜୟ ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଛନ୍ତି l
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା, ଅସ୍ମିତା ମହାନ୍ତି, ବନୀତା ବେହେରା, ଶିବ ପଣ୍ଡାଙ୍କ ସମେତ ସହରର ଅନେକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here