ବେଆଇନ କ୍ଳିନିକ ଚଳାଇ ଚାକିରିରୁ ନିଲମ୍ୱିତ ଅସଲି ଫାର୍ମାସିଷ୍ଟ : ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ

0
781

ଗଞ୍ଜାମ:ସାନଖେମୁଣ୍ଡି ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ପୋଡାମାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ତାପସ ବିଶ୍ବାଳ ବେଆଇନ କ୍ଳିନିକ ଖୋଲିବା ଅଭିଯୋଗ ପରେ ୬ ମାସ ପାଇଁ ନିଲମ୍ବିତ ହୋଇଥିବା ଜଣାପଡିଛି । ଏନେଇ ଗୁରୁବାର ଦିନ ଚିଠି ନଂ ୧୦୧୭୦ ପ୍ରକାରେ ଅଭିଯୁକ୍ତ ଫାର୍ମାସିଷ୍ଟ ତାପସଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ନିଲମ୍ବିତ କରିଥିବା ଘୋଷଣା କରିଛନ୍ତି । ଖବରପ୍ରକାରେ , ଅଭିଯୁକ୍ତ ତାପସ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଦୀର୍ଘବର୍ଷ ହେଲା ସେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ବଜାରରେ ଭରତ ଡେଣ୍ଟାଲ କ୍ଳିନିକ ନାମରେ ଏକ ବେଆଇନ କ୍ଳିନିକ ଖୋଲି ରୋଗୀସେବା ନାମରେ ସାଧାରଣ ଲୋକଙ୍କ ଠାରୁ ପ୍ରଚୁର ଅର୍ଥ ଲୁଟୁଥିଲେ । ଏପଟେ ଗତ ରବିବାର ଦିନ ନକଲି ଡାକ୍ତରଙ୍କୁ ଗିରଫ ପରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଓ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ବାହାନ ଦାସ ଗତକାଲି ଡେଙ୍ଗାଓସ୍ତା ବଜାରରେ ରହିଥିବା ବିଭିନ୍ନ କ୍ଳିନିକ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ତେବେ ଭରତ ଡେଣ୍ଟାଲ କ୍ଳିନିକ ଉପରେ ଚଢ଼ାଉ ପରେ ଏହି କ୍ଳିନିକ ତାପସ ବେଆଇନ ଭାବେ ଖୋଲିଥିବା ଜଣାପଡିଛି । ଘଟଣାପରେ କ୍ଳିନିକର ସମସ୍ତ କାଗଜପତ୍ର ଯାଞ୍ଚ ପରେ କ୍ଳିନିକ ନାମରେ କୌଣସି ରେଜିଷ୍ଟ୍ରେସନ ନମ୍ବର ନଥିଲା । ଏଥିସହ କ୍ଳିନିକ ପରିସରରେ ଥିବା ମେଡିସିନ ମଧ୍ୟ ନକଲି ବୋଲି ଜଣାପଡିଥିଲା । ଏପରିକି ବଡ଼ ବଡ଼ ଅଲଟ୍ରାସାଉଣ୍ଡ ଭଳି ଅନେକ ମେସିନ ମଧ୍ୟ ରହିଥିଲା । ଯାହାଫଳରେ ତହସିଲଦାର ଉକ୍ତ କ୍ଳିନିକକୁ ସିଲ୍ କରିଥିଲା । ତେବେ ବର୍ତ୍ତମାନ ନକଲି ଡାକ୍ତର ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବେଆଇନ କ୍ଳିନିକ ଉପରେ ଆସ୍ଥା ପ୍ରକଟ କରିବାକୁ ଲୋକେ ନିଜକୁ ସଠିକ ମଙ୍ଗୁ ନାହାନ୍ତି । ଏପଟେ ଆଜି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ବେଆଇନ କ୍ଳିନିକ ପରିଦର୍ଶନ କରି ତହସିଲଦାରଙ୍କ ଉପସ୍ଥିତିରେ ସିଲ୍ ଖୋଲାଯାଇ ସମସ୍ତ କାଗଜପତ୍ରର ସଠିକ ଯାଞ୍ଚ କରି ଫେରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here