ସଡକ ଦୁର୍ଘଟଣାରେ ବାପ ମୃତ୍ୟୁ ଓ ପୁଅ ଗୁରୁତର

0
219

ପୋଲସରା: ପୋଲସରା ଠାରୁ ସିଂହାସନୀ ମଧ୍ୟରେ ଅବସ୍ଥିତ ରାଆଣ୍ଡି ମଧ୍ୟମ ଜଳ ଭଣ୍ଡାର ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଜୁଲାଇ ୧୬ ତାରିଖ ଅପରାହ୍ନ ପ୍ରାୟ ୩ ଘଣ୍ଟିକା ସମୟରେ ସିଂହାସନୀ ମାଳ ଗୋଛାବାଡି ଗ୍ରାମ ପଞ୍ଚାୟତର ତିରିବିରି ଗ୍ରାମରୁ ବାପ ପତିଆ ପ୍ରଧାନ (୮୦) ଓ ପୁଅ ନକୁଳ ପ୍ରଧାନ (୪୫) ମିଶି ବାଇକରେ ପୋଲସରା ଦିଗକୁ ଆସୁଥିଲେ। ପୋଲସରାରୁ ମା’ଦକ୍ଷିଣକାଳୀ ମିନି ବସ ଯାତ୍ରୀମାନଙ୍କୁ ନେଇ ସିଂହାସନୀ ପୀଠକୁ ଯାଉଥିଲା l ଭାବରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଆଣ୍ଡି ମଧ୍ୟମ ଜଳ ଭଣ୍ଡାର ନିକଟରେ ମିନି ବାସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ବସ ଧକ୍କା ରେ ବାଇକରେ ବସିଥିବା ବାପ ଓ ପୁଅ ଦୁହିଁଙ୍କୁ ଗୁରୁତର ଆଘାତ ହୋଇଥିଲେ l ଖବର ପାଇ ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ପୋଲସରା ପୋଲିସ ଯାଇ ଗୁରୁତର ଅବସ୍ଥାରେ ଉଭୟ ବାପ ଓ ପୁଅଙ୍କୁ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ l ହେଲେ ଡାକ୍ତର ପରୀକ୍ଷା କରି ବାପ ପତିଆ ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ନକୁଳ ପ୍ରଧାନଙ୍କ ଦୁଇଟି ଯାକ ଗୋଡ଼ ହାଡ଼ ଭଗିଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। l ପୋଲିସ ବସ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଉଭୟ ବସ ଓ ବାଇକ ଜବତ କରିଥିବା ଜଣାପଡିଛି l

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here