ଗଣଶିକ୍ଷା ବିଭାଗ ଉପ ନିର୍ଦ୍ଦେଶିକାଙ୍କ ଦିଗପହଣ୍ଡି ଗସ୍ତ : ୫ ଟି ବିଦ୍ୟାଳୟ ପରିଦର୍ଶନ

0
786

ଗଞ୍ଜମ:ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପ ନିର୍ଦ୍ଦେଶିକା ନଳିନୀ କୁମାରୀ ସାହୁ ମଙ୍ଗଳବାର ଦିନ ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ‘୫ -ଟି’ ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡିଛି । ଉପ ନିର୍ଦ୍ଦେଶିକା ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ , ଜିଲ୍ଲା ଏମ୍ ଆଇ ଏସ୍ ସଂଯୋଜକ ପ୍ରଦୀପ କୁମାର ଖଟେଇ ମଧ୍ୟ ଏହି ପରିଦର୍ଶନ ସମୟରେ ସାମିଲ ହୋଇ ପ୍ରଥମେ ସିଦ୍ଧେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟ , ପରେ ବାସୁଦେବପୁର ଜଗନ୍ନାଥ ହାଇସ୍କୁଲ ଏବଂ ଆଙ୍କୋରଡା ପଞ୍ଚାୟତର ଚାଞ୍ଚଡାପଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ଦ୍ଵାରା ୫ ଟି ରୂପାନ୍ତରିତ କାର୍ଯ୍ୟ ବିଦ୍ୟାଳୟ ଗୁଡିକର ସ୍ମାର୍ଟ କ୍ଲାସରୁମ୍ , ହାଇଜେନିକ ଟଏଲେଟ, ଛାତ୍ରଛାତ୍ରୀଙ୍କ ନିମନ୍ତେ ବ୍ୟବହୃତ ପାନୀୟ ଜଳ , ମଡର୍ଣ୍ଣ ସାଇନ୍ସ ଲେବ୍ରୋଟାରୀ ଆଦି ବୁଲି ଦେଖିବା ସହ ଖୁବ୍ ପ୍ରଶଂସା କରିଥିଲେ । ଏଥିସହ ବିଦ୍ଯାଳୟର ରେକର୍ଡ ପତ୍ର ଯାଞ୍ଚ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିବେଶକୁ ସୌନ୍ଦର୍ଯ୍ୟମୟ ନିମନ୍ତେ ପରିସରରେ ବିଭିନ୍ନ କିସମର ଫୁଲ ଏବଂ ଫଳଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ରସାନନ୍ଦ ଘଡେଇ , ସିଆରସିସି ଅନିଲ କୁମାର ଦାସ ଏବଂ ସୁବ୍ରତ କୁମାର ପଣ୍ଡା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here