ପିପୁଲସ କଲେଜ ଯୁବ ରେଡକ୍ରସ ପକ୍ଷରୁ ବନମହୋତ୍ସବ

0
197

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ପକ୍ଷରୁ ଜୁଲାଇ ୭ ତାରିଖ ଦିନ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ପ୍ରଥମେ ବୃକ୍ଷ ରୋପଣ କରି ବନମହୋତ୍ସବର ଶୁଭାରମ୍ଭ କରିଥିଲେ। ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ବିନୋଦ କୁମାର କର ଓ ସହ ସଂଯୋଜୀକା ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ବୃନ୍ଦ କଲେଜ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଅଲେଜ, ମୋହିତ ଓ ପୂଜାରାଣୀ ଙ୍କ ନେତୃତ୍ୱରେ ସମସ୍ତ ସ୍ବେଚ୍ଛାସେବୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here