ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ୨୮ ତମ ବାର୍ଷିକ ଉତ୍ସବ

0
169

ଛତ୍ରପୁର : ସ୍ଥାନୀୟ ଷ୍ଟେସନ ରୋଡ୍ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରର ୨୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ପାଶ୍ୱର୍ ଗୃହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦ ଟାରୁ ବ୍ରାହ୍ମଣ ବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର, ପୂଜା ଓ ହୋମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ ଟା ରେ ସୁନ୍ଦରାକାଣ୍ଡ ପାରାୟଣ ଗାନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ,ସ୍ଥାନୀୟ କାଉନସିଲର ମାମା ସେଠୀ, ବିଜେଡି ନଗର ସଭାପତି ବି. ରାଜୁବାବୁ, ମିଟୁ ବେହେରା, ଶଙ୍କର ରାଓ, ଲଳିତ ମୋହନ ଓ ଙ୍କାର, ରବି ମହାରଣା, ଦଣ୍ଡାସୀ ପାତ୍ର, ପ୍ରକାଶ ଆଚାର୍ଯ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here