ତପ୍ତପାଣି ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

0
174

ଗଞ୍ଜାମ:ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟିରେ ବୁଧବାର ଅପରାହ୍ନରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଖବରନୁଯାୟୀ , ଆଜି ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ ଟ୍ରକଟି ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ତପ୍ତପାଣି – ବେଲଗଡ ମଝି ଘାଟି ରାସ୍ତାରେ ଚାଳକ ନିୟନ୍ତ୍ରଣ ହରାଇବା ଫଳରେ ଗାଡି ଘାଟି ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଉଭୟ ଚାଳକ ଓ ହେଲପର ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିବା ବେଳେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ପୋଡାମାରୀ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here