ସର୍ବ ସାଧାରଣ ନଳକୂପ ଅଚଳ

0
187

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ସର୍ବ ସାଧାରଣ ନଳକୂପ ଦୀର୍ଘ ଦିନ ଧରି ଅଚଳ ହୋଇଯାଇଛି। ଉକ୍ତ ନଳକୂପ ଉପରେ ଖଣ୍ଡିଆନଈ ମୁଖ୍ୟ ଛକର ବହୁ ଦୋକାନୀ ନିର୍ଭର କରୁଥିବା ବେଳେ ଏହାକୁ ସଜାଡିବା ପାଇଁ ବ୍ଲକ କାର୍ଯ୍ଯାଳୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଆଜି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।ଅପରପକ୍ଷେ ଉକ୍ତ ନଳକୂପରୁ ମୋଟର ଲଗାଯାଇ ପଞ୍ଚାୟତ କାର୍ଯ୍ୟାଳୟକୁ ପାଣି ନିଆଯାଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ନଳକୂପଟି ଅଚଳ ହୋଇଯାଇଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

LEAVE A REPLY

Please enter your comment!
Please enter your name here