ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ମହାସଭା ନିମନ୍ତେ ପ୍ରସ୍ତୁତି ବୈଠକ

0
450

ଗଞ୍ଜାମ:ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ମହାସଭା ନିମନ୍ତେ ରବିବାର ଦିନ ସମାଜ ଗୃହ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ତାଲୁକା ସଭାପତି ଗଣେଶ ଗୈାଡଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପ୍ରଥମ ଅଧିବେଶନରେ ମହାସଭା କିପରି ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇପାରିବ ଏବଂ କାହା ଉପରେ କେଉଁ ଦାୟିତ୍ଵ ନ୍ୟସ୍ତ ରହିବ , ଏହି ମହାସଭାରେ ଯୋଗ ଦେବାକୁ ଥିବା ବଡଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ବହୁ କର୍ମକର୍ତ୍ତାଙ୍କୁ କିପରି ସ୍ବାଗତ କରାଯାଇପାରିବ ବିଶେଷ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଓ ଆଙ୍କୋରଡା ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନଙ୍କୁ ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଦ୍ବିତୀୟ ଅଧିବେଶନରେ ସମାଜ ପକ୍ଷରୁ ଚଳିତବର୍ଷ ମେ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ତିନିଦିନ ବ୍ୟାପୀ ଏହି ମହାସଭା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତିନି ତାଲୁକା ଉପ ସଭାପତି ଗଣେଶ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନନ୍ତ ଗୈାଡ ମହାସଭା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରୀ ଗୈାଡ , ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ନିମଖଣ୍ଡିପେଣ୍ଠ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ , ତିନି ତାଲୁକା ସଂପାଦକ ଆଦିକନ୍ଦ ଗୈାଡ , ରାମହରି ଗୈାଡ , ଚିକିଟି ସଭାପତି କୃଷ୍ଣଚନ୍ଦ୍ର ଗୈାଡ , ପିତାମ୍ବର ଗୈାଡ , ସନ୍ତୋଷ ଗୈାଡ , ବଡଖେମୁଣ୍ଡି କ ତାଲୁକା ସହ ସଂପାଦକ ମୃତ୍ଯୁଞ୍ଜୟ ଗୈାଡ , ଉପଦେଷ୍ଟା ଲକ୍ଷ୍ମଣ ଗୈାଡ ସମେତ ତିନି ତାଲୁକାର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here