୮୮ତମ ଉତ୍କଳ ଦିବସ ପାଳନ ସହ ନୂତନ ଶିକ୍ଷା ବର୍ଷର ପ୍ରଥମ ଦିନୋତ୍ସଵ ପାଳିତ

0
172

ଛତ୍ରପୁର: ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ସହ ନୂତନ ଶିକ୍ଷା ବର୍ଷର ପ୍ରଥମ ଦିନୋତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ରାମାଧିନ ସଂସ୍କୃତ ମହାବିଦ୍ୟାଳୟ,ବ୍ରହ୍ମପୁରର ଅଧ୍ୟକ୍ଷ ପଣ୍ଡିତ ହରିହର ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ପଞ୍ଚସଖା ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସହ ଅନେକ ମହାପୁରୁଷଙ୍କ ଅବଦାନ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରି ଉତ୍କଳ ଦିବସର ମହତ୍ବ ବର୍ଣ୍ଣନା କରିଥିଲେ । ଶିଶୁମାନଙ୍କ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶିକ୍ଷାବର୍ଷ ୨୦୨୧-୨୨ରେ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁର ଏନଏସି ଟପର ତଥା ଆମ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପ୍ରଗତିରାଣୀ ଦାଶଙ୍କୁ ଆଇଓସିଏଲ ତରଫରୁ ୧୦,୦୦୦/-ଟଙ୍କାର ଏକଚେକ୍ ପ୍ରଦାନ କରାଯାଇଥିଲା।
ଶିଶୁ ବାଟିକା ବିଭାଗର ନୂତନ ନାମଲେଖା ଶିଶୁଙ୍କ ପ୍ରଥମ ଦିନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ୬୦ଜଣ ଶିଶୁ ଓ ସେମାନଙ୍କର ଅଭିଭାବକ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here