ଏ.କରଡ଼ାବାଡ଼ିରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0
202

ବୁଗୁଡା: ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଏ.କରଡ଼ାବାଡ଼ି ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମାର୍ଚ୍ଚ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏ.କରଡ଼ାବାଡ଼ି ସେବା ସମବାୟ ସମିତି ସଭାନେତ୍ରୀ ଭାଗ୍ୟବତୀ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା ସମବାୟ ପରିଦର୍ଶକ ଆଶିଷ କୁମାର ସେଠୀ, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ସ୍ଥାନୀୟ ସରପଞ୍ଚ ରିଙ୍କି ଦାସ ଓ ସମିତି ସଭ୍ୟା ଶିବାନୀ ନାୟକ, ପୋଚାଲୁଣ୍ଡି ସରପଞ୍ଚ ସୁଜାତା କୁମାରୀ ପ୍ରଧାନ ଓ ସମିତି ସଭ୍ୟ କାହ୍ନୁ ଚରଣ ସେଠୀ, ସେବା ସମବାୟ ସମିତି ଉପସଭାପତି ମନୋଜ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ। ସମବାୟ ସମିତି ଜରିଆରେ ରାଜ୍ୟ ସରକାର କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ବୃହତ ଚାଷୀମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ଶାଖା ପରିଚାଳକ ଶ୍ରୀ ସାମନ୍ତରାୟ ଅବଗତ କରାଇଥିଲେ। ଚାଷୀମାନେ ସବସିଡରେ ମାଛ ଚାଷ ଓ କୁକୁଡ଼ା ଚାଷ, ଅନ୍ୟାନ୍ୟ ଋଣ କରିପାରିବ ସହ, ସାର, ବିହନ ପ୍ରଭୃତି ସୁଲଭ ମୂଲ୍ୟରେ ସମବାୟ ସମିତିରୁ ନେଇପାରିବେ ବୋଲି ଚାଷୀମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ, ଡ଼ାଇରେକ୍ଟର ଓ କୃଷକ ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here