ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ନିଆରା ଢଙ୍ଗରେ ହୋଲି ଖେଳର ଆସର

0
178

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ପ୍ରେସକ୍ଲବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣା ଙ୍କ ପୌରହିତ୍ୟରେ କ୍ଳବର ସମସ୍ତ ସଦସ୍ୟ ଓ କର୍ମକର୍ତା ମାନେ ହୋଲି ଦିନର ସକାଳେ ମିଠା ଖୁଆଖୋଇ ହୋଇ ପରସ୍ପରକୁ ଆଲିଙ୍ଗନ କରି ଭାଇଚାରାର ପର୍ବ ଭାବେ ପାଳନ କରିଥିଲେ । ଛତ୍ରପୁର ଥାନା କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣରେ ସେଠାକୁ ଯାଇ ଥାନା କର୍ମଚାରୀ, ପୋଲିସ ଅଧିକାରୀଙ୍କ ଗହଣରେ କିଛି ସମୟ ହସଖୁସିରେ ରଙ୍ଗଖେଳରେ ସାମିଲ ହୋଇଥିଲେ । ପ୍ରେସ କ୍ଲବ ପରିସରରେ ରଙ୍ଗଖେଳ ଦିନ ନାଚ ଗୀତ ସହ ଖୁବ ମଜାମସ୍ତିରେ ସମୟ ବିତାଇଥିଲେ । ଆଗନ୍ତୁକ ଅତିଥି ଭାବେ ଓକିଲ, ଶିକ୍ଷକ, ଅନ୍ୟ ଅଧିକାରୀଏବଂ ରାଜନୈତିକ ବ୍ୟକ୍ତି ମାନେ ମଧ୍ୟ ପ୍ରେସକ୍ଲବକୁ ଆସି ହୋଲି ପର୍ବର ଶୁଭେଚ୍ଛା ଜଣାଇ ପରସ୍ପର ମଧ୍ୟରେ ରଙ୍ଗ ବୋଳାବୋଳି ହୋଇ ଏକ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଥିଲେ । ମଧ୍ୟାହ୍ନରେ ଭୋଜି ଭାତର ଆସର ଜମାଇ ଚଳିତ ବର୍ଷର ହୋଲି ପର୍ବର ଦିନଟିକୁ ଖୁବ ମଜାମଜଲିସ୍‌ରେ ଛତ୍ରପୁରର ସାମ୍ବାଦିକମାନେ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here