ଛତ୍ରପୁର ଆଇଟିଆଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିର୍ମିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ଡାକୋଟା କୁ ଉଦଘାଟନ କଲେ ସାଂସଦ ଓ ବିଧାୟକ

0
237

ଛତ୍ରପୁର: ନୂଆ ରୂପରେ ଆସୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କେବଳ ଭୁବନେଶ୍ବର ଏୟାରପୋର୍ଟରେ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ମଧ୍ୟ ମିଳିବ ଡାକୋଟା ବିମାନର ଝଲକ । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସରକାରୀ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅଦରକାରୀ ପଦାର୍ଥରୁ ନିର୍ମାଣ କରାଯାଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ପ୍ରିୟ ଡାକୋଟାକୁ ଉଦଘାଟନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l

ଓଡିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀରେ ଛତ୍ରପୁର ସରକାରୀ ଆଇଟିଆଇ ପରିସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଏହି ଏକ ବିରାଟ ପ୍ରତିମୂର୍ତ୍ତି ଓ ତାଙ୍କ ପ୍ରିୟ ଡାକୋଟା କୁ ଛାତ୍ର ଛାତ୍ରୀ ମାନେ ନିର୍ମାଣ କରିଛନ୍ତି l ଆଇଟିଆଇ ରେ ଥିବା ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ମାନେ ନିର୍ମାଣ କରିଛନ୍ତି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ୱାସର, ସିଡ୍‌, ବାଇଟ ଓ ସାଇକେଲ ଚେନ ଏବଂ ଘରୋଇ ଉପକରଣର ବ୍ୟବହାରରେ ଏହି ନିର୍ମାଣ କାର୍ଯ୍ୟ କରାଯାଇଛି l ସରକାରୀ ଆଇଟିଆଇର ଇଲେକ୍ଟ୍ରିସିଆନ, ଫିଟର ଓ ମେକାନିକାଲ ଟ୍ରେଡ ସମେତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ଏହାକୁ ନିର୍ମାଣ କରିଛନ୍ତି । ଛତ୍ରପୁର ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡା ଓ ଆଇଟିଆଇ ର ଶିକ୍ଷକ ମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହା ସଫଳ ହୋଇଥିବା ଛାତ୍ର ଛାତ୍ରୀ ମାନେ କହିଛନ୍ତି l ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୮ ଫୁଟ ରହିଥିବା ବେଳେ ଡାକୋଟା ର ଉଚ୍ଚତା ୭ ଫୁଟ ଲମ୍ବା ୨୦ ଫୁଟ ଓ ଓସାର ୨୬ ଫୁଟ ରହିଛି । ଏହି କାର୍ଯ୍ୟ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଛାତ୍ରଛାତ୍ରୀ ମାନେ । ଆଜିର ଏହି ଉଦଘାଟନି ଉତ୍ସବ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଲୟର ଡାକ୍ତର ଗୋପବନ୍ଧୁ ବେହେରା ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here