ସମବେଦନା ଜଣାଇବାରେ ମନ୍ତ୍ରୀଙ୍କ ଅବହେଳା ନାହିଁ

0
209

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଅକାଳ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ସମବେଦନା ଓ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିବାରେ କୈଣସି ସମୟରେ ଅବହେଳା କରିନାହାନ୍ତି। ପ୍ରଥମେ ସରପଞ୍ଚ ଥିବା ବେଳେ ନିଜ ପଞ୍ଚାୟତରେ ଏବଂ ବିଧାୟକ ହେବାପରେ ନିଜ ନିର୍ବାଚନ ମଣ୍ଡଳୀରେ ମୃତକଙ୍କ ପରିବାର ନିକଟକୁ ନିଶ୍ଚିତ ଭାବେ ଯାଇ ସମବେଦନା ଜଣାଇଥାନ୍ତି। ଏହା ମନ୍ତ୍ରୀ ଶ୍ରୀ ସାହୁଙ୍କ ଧାରାବାହିକ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ଫେବୃଆରୀ ୨୦ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ଦୁଇ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ବଘାଡି ଗ୍ରାମର ପ୍ରଭାକର ସାହୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏହା ଜାଣିବା ପରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ଜେନାପୁର ଗ୍ରାମର ପୂର୍ବତନ ସମିତି ସଭ୍ୟ ଘନଶ୍ୟାମ ନାହାକ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ସହ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ ନାୟକ, ବେଲଗାଁ ସରପଞ୍ଚ ମନୋଜ କୁମାର ପ୍ରଧାନ, ପ୍ରଶନ ସାହୁ, ସନାତତ ସାହୁ, ରଙ୍କନିଧି ସାହୁ, ସଞ୍ଜୟ ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ପୀତବାସ ପ୍ରଧାନ, ଘନଶ୍ୟାମ ଦାସ, ଜକର ସରପଞ୍ଚ ଦୀପିକା ବାରିକ, ସମିତି ସଭ୍ଯ ଶିବ ଶଙ୍କର ନାହାକ, ରବିନ୍ଦ୍ର ବାରିକ, ଲଳିତ ମୋହନ ନାୟକ, ଅଲେଖ ଜେନା, ଘନଶ୍ୟାମ ନାହାକ, ତପନ କୁମାର ଜେନା, ଦିଲ୍ଲୀପ ନାୟକ, ପ୍ରେମାନନ୍ଦ ମହାପାତ୍ର ପ୍ରମୁଖ ମୃତକଙ୍କ ବାସଭବନକୁ ଯାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here