ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ହିତାଧିକାରୀଙ୍କ ତାଲିକା ପ୍ରକାଶ

0
185

ଛତ୍ରପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନା(ଗ୍ରାମୀଣ)ର ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ପୂର୍ବରୁ ଛତ୍ରପୁର ବ୍ଲକରେ ୫୦୮ ଜଣ ସମ୍ଭାବ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ ପରେ ୪୧ ଅଭିଯୋଗ ର ତଦନ୍ତ ପରେ ୧୩ ଜଣ ଅଯୋଗ୍ୟ ବାଦପଡି ୪୯୫ ଜଣ ହିତାଧିକାରୀ ରହିଛନ୍ତି । ପୂର୍ବରୁ ହିତାଧିକାରୀଙ୍କ ପ୍ରତ୍ୟେକ ପଚାଂୟତୱାରୀ ଓ ବ୍ଲକ କାର୍ଯ୍ୟାଳୟରେ ଏହି ତାଲିକା ମରାଯାଇଥିଲା । ଜାନୁଆରୀ ୨୪ ତାରିଖ ସୁଦ୍ଧା ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଅଭିଯୋଗ ନିଜ ପଚାଂୟତ ଓ ବ୍ଲକ କାର୍ଯ୍ୟଳୟରେ ରଖାଯାଇଥିବା ବାକ୍ସ ରେ ଅଭିଯୋଗ ଦାଖଲ କରିପାରିବାକୁ ଧାର୍ଯ୍ୟ ରହିଥିଲା । ଏହାସହ ଟୋଲ ଫ୍ରି ନଂମ୍ବର କିମ୍ବା ଅନଲାଇନ ପୋର୍ଟାଲରେ ମଧ୍ୟ ନିଜ ଠିକଣା ଦେଇ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ଅଭିଯୋଗ କାରିବାର ନିୟମ ରହିଥିଲା । ବ୍ଲକରେ ପୂର୍ବରୁ ୫୦୮ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନା(ଗ୍ରାମୀଣ)ର ସାମ୍ଭାବ୍ୟ ତାଲିକା ପ୍ରକାଶ ହୋଇଥିଲା ଏଥିରେ ୪୧ଟି ଅଭିଯୋଗ ଆସିଥିଲା । ଆର୍ଯ୍ୟପଲ୍ଲୀ ପଚାଂୟତରେ ୨୪, ଭିକାରୀପଲ୍ଲୀ ୩, ବଡମାଧପୁର ୯, ପୋଡାପଦର ୧, ପୋଟଲାମପୁର ୨ ଓ ଶ୍ରୀରାମଚନ୍ଦ୍ରପୁର ୨ ଗୋଟିଅଭିଯୋଗ ପତ୍ର ଦାଖଲ ହୋଇଥିଲା । ଏକ ୩ଜଣିଆ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ କାଟି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯାଇଥିଲା । ଗ୍ରାମସଭାରେ ଉକ୍ତ ତାଲିକାକୁ ଅନୁମୋଦନ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନା(ଗ୍ରାମୀଣ)ରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ପୂର୍ବରୁ ଥିବା ୫୦୮ ଜଣ ସାମ୍ଭାବ୍ୟ ତାଲିକାରୁ ଆର୍ଯ୍ୟପଲ୍ଲୀ ରୁ ୬ଜଣ, ବଡମାଧପୁରରୁ ୩ଜଣ, ପୋଟଲାମପୁରରୁ ୨ ଓ ଶ୍ରୀରାମଚନ୍ଦ୍ରପୁର ପଚାଂୟତରୁ ୨ ଜଣ ଅଯୋଗ୍ୟଙ୍କୁ ବାଦ ଦିଆଯାଇଥିବା ବ୍ଲକ ପକ୍ଷରୁ କୁହାଯାଇଛି । ଏବେ ଛତ୍ରପୁର ବ୍ଲକରେ ୪୯୫ ଜଣ ହିତାଧିକାରୀ ଚିହ୍ନଟ ମଧ୍ୟରେ ସର୍ବାଧିକ ଟାଙ୍ଗଣାପଲ୍ଲୀ ପଚାଂୟତରେ ୯୬ ଜଣ ଓ ସର୍ବନିମ୍ନ ଅଗସ୍ତିନୁଆଗାଁ ପଚାଂୟତରେ ଜଣେ ମାତ୍ର ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ଆର୍ଯ୍ୟପଲ୍ଲୀ ପଚାଂୟତରେ ୨୦, ବଡମାଧପୁର ୧୮, ବଉଳଗାଁ ୧୬, ଭିକାରୀପଲ୍ଲୀ ୬୩, ବିପୁଳିଙ୍ଗି ୨୧, ଚମାଖି ୧୭, ଚିକଲଖି ୪୫, କାଳିପଲ୍ଲୀ ୬, କଣମଣା ୨୭, ଲକ୍ଷ୍ମୀପୁର ୩୦, ମହାନାଦପୁର ୨୦, ନରେନ୍ଦ୍ରପୁର ୨୭, ପୋଡାପଦର ୧୯, ପୋଲାମପୁର ୧୫, ଶ୍ରୀରାମଚନ୍ଦ୍ରପୁର ୩୯ ଓ ସୁନ୍ଦରପୁର ପଚାଂୟତରେ ୧୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here