ବଡକୋଦଣ୍ଡାରେ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ

0
205

ଭଞ୍ଜନଗର: ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମର ଶାସ୍ତ୍ରୀ ନଗରରେ ପବିତ୍ର ମାଘ ମାସ ଅବସରରେ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ ଓ ଜ୍ଞାନ ଯଜ୍ଞ ଏହିପରି ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ା ନୟାଗଡ କୁରାଳ ମଠ ବାବାଜୀ ଦଧିବାମନଜୀ ମହାରାଜ ଙ୍କ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲୁରହିବ ବୋଲି ଜଣାପଡିଛି ା କାର୍ଯ୍ୟକ୍ରମ ଆରମ୍ଭ ପୂର୍ବ ଦିନ ଅର୍ଥାତ ଜାନୁଆରୀ ସତେଇଶିରେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ନାମ ଯଜ୍ଞ ନିମିତ୍ତ ପବିତ୍ର ଜଳ ସ୍ଥାନୀୟ ଲୋହରାଖଣ୍ଡି ନଦୀରୁ ସଂଗ୍ରହ କରାଯାଇ ଅଙ୍କୁରାରୋପଣ , ଅଧିବାସ ଆଦି ହୋଇଥିଲା ା ପର ଦିନ ରୀତିନୀତି ଅନୁଯାୟୀ ନାମ ଯଜ୍ଞ, ଘୃତ ଯଜ୍ଞ,ଅନ୍ନ ଯଜ୍ଞ,ଜ୍ଞାନ ଯଜ୍ଞ,ଗୋ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା ା କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଗ୍ରାମବାସୀଙ୍କ ସହ ଆଖ ପାଖ ଗାଁ ଗୁଡିକରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ା ଶାସ୍ତ୍ରୀ ନଗର ବାସିନ୍ଦାଙ୍କ ତରଫରୁ ନାନା କମିଟି ଗଠନ କରାଯାଇ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଅତି ଶୃଙ୍ଖଳାର ସହ ସମାପନ ନିମିତ୍ତ ପ୍ରୟାସ କରାଯାଇଥିଲା ା ସୁନାରି ବୁଗୁଡ଼ା, ଆଦିପୁର, ଜାମପଲ୍ଲି, ଢୁଢୁଆ, ପଳାସପଲ୍ଲୀ ଆଦି ଗ୍ରାମର ନାମ ସଂକୀର୍ତ୍ତନ ଦଳ ଗୁଡିକ ଅଂଶ ଗ୍ରହଣ କରି ନାମ ପରିବେଷଣ କରିଥିବା ବେଳେ ସୋରିଷମୂଳି ଶ୍ରୀ ନୃସିଂହନାଥ ଆଶ୍ରମ ମହନ୍ତ ସୁଦ୍ଧାନନ୍ଦ ବ୍ରହ୍ମଚାରୀଙ୍କ ଆଚାର୍ଯ୍ୟାତ୍ବରେ ପୂଜା ପାଠ, ଯଜ୍ଞ ଆଦି ସମାପନ ହୋଇଥିଲା ା ଗ୍ରାମର ବାୟା ବିଷୋୟୀ, ଅଭିମନ୍ୟୁ ଜେନା,ଗାନ୍ଧୀ ସାହୁ,ବିଦେଶି ପ୍ରଧାନ, ଅମୂଲ୍ୟ ସାହୁ, ପ୍ରଭାକର ପ୍ରଧାନ, ପୁରସ୍ତମ ଡାକୁଆ ପ୍ରମୁଖ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଶୃଙ୍ଖଳିତ ମାର୍ଗରେ ଅନୁଷ୍ଠିତ ହୋଇଥିଲା ା ନାମ ଯଜ୍ଞ,ଘୃତ ଯଜ୍ଞ,ଗୋ ଯଜ୍ଞ,ଅନ୍ନ ଯଜ୍ଞ, ଆଦି ଏକତିରିଶ ଜାନୁଆରୀ ସକାଳେ ସମାପନ ହୋଇଛି କିନ୍ତୁ ଆହୁରି ଅଧିକ ଦୁଇଦିନ ଜ୍ଞାନ ଯଜ୍ଞ ଅର୍ଥାତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମା ବୃନ୍ଦାବତୀ ଯୁବକ ସଂଘ ତରଫରୁ ସୂଚନା ମିଳିଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here