ସମାଜରେ ମହିଳା ମାନଙ୍କ ପ୍ରତି ଦ୍ରୁଷ୍ଟିକୋଣ ଓ ବିଚାର ଧାରା ବଦଳାଇବା “ସଖୀ” ର ପ୍ରୟାସ

0
219

ବ୍ରହ୍ମପୁର ; ମହିଳା ମାନଙ୍କ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି – ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସକଙ୍କ ମିଳିତ ଆନୁକଲ୍ୟାରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୁକୁଡାଖଣ୍ଡି ଠାରେ ମହିଳା ମାନଙ୍କ ମୌଳିକ ଅଧିକାର ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନ କୁମାରୀ କ୍ଷେସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉକ୍ତ କାର୍ଯ୍ୟ କ୍ରମକୁ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସଭାରେ ଅତିଥି ମାନଙ୍କୁ ପୁଷ୍ପଗଛ ଅର୍ପଣ କରି ସ୍ଵାଗତ କରିଥିଲେ । ଡିସେମ୍ବର ୧୦ ମାନବ ଅଧିକାର ଦିବସ ଅବସରରେ ଛାତ୍ରୀ ମନଙ୍କୁ ନିଜକୁ ହିଂସା ମୁକ୍ତି କରିପାରିବେ ବାଲ୍ୟ ବିବାହକୁ ନ କହି ପିତା ମାତ ଙ୍କ ଆତ୍ମବିଶ୍ଵାସ ଦୃଢ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । କୁକୁଡାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ କୁସୁମ ସାହୁ କାର୍ଯ୍ୟକ୍ରମକୁ ତ୍ଵରାନ୍ନିତ କରିଥିଲେ । ରାଜ୍ୟ ସରକାରଙ୍କ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇ ସାରା ରାଜ୍ୟରେ ସଂପ୍ରସାରଣ ହୋଇଥାଏ । ଗଞ୍ଜାମ ଜିଲ୍ଲା ହେଉଛି “Mother of government scheme” ତେଣୁ ଆମେ ଗଞ୍ଜାମ ରେ ରହିଥିବାରୁ ନିଜକୁ ଗର୍ବିତ କରିବା ଉଚିତ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପାତ୍ର ମତ ପ୍ରକାଶ କରିଥିଲେ । ପାଶ୍ଚାତ୍ୟ ଦେଶର ନାଗରିକ ମାନେ ଭାରତକୁ ଜ୍ଞାନ ଓ ସଂସ୍କୃତି, ବେଦ ପାଠକୁ ଶିକ୍ଷା ଲାଭ କରିବା ପାଇଁ ଆସିଥାନ୍ତି । ଭାରତର ସଂସ୍କୃତି ବହୁତ ଉଚ୍ଚକୋଟିର ତେଣୁ ଭାରତ ସଂସ୍କୃତିକୁ ଅନୁସରଣ କରିବା ପାଇଁ ସିଆରସିସି ଶ୍ରୀ ହରେ କୃଷ୍ଣ ଗୌଡ ଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯ୍ୟାତନାର ସେଷ କରିବା ପାଇଁ ଉପାଧକ୍ଷ ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର ଓ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ସାଧନ ଚରଣ ଦାଶ, କୁକୁଡାଖଣ୍ଡି ଅତିରିକ୍ତ ତହସିଲ ସୁଶ୍ରୀ ଶୁଭସ୍ମିତା ଦାସ ମହିଳା ମାନଙ୍କ ମୌଳିକ ଅଧିକାରର ମୁଖ୍ୟ ସ୍ରୋତରେ ସାମିଲ ହେବ ପାଇଁ ପରାମର୍ଶ ଦେଇଥିଲେ । ୱାନ ସ୍ଟପ ସେଣ୍ଟର (ସଖୀ) ପରିଚାଳିକା ମହେଶ୍ଵତା ପାଢୀ ଛାତ୍ରୀ ମାନଙ୍କୁ ନିଜର ମୌଳିକ ଅଧିକାରର ସ୍ଵର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିର୍ନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଚ ଗୀତର ଆସର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ସଭାର ସମସ୍ତ ଅତିଥି ବୃନ୍ଦ ଓ ଛାତ୍ରୀମାନେ ସଭା ଶେଷରେ ନାରୀ ଙ୍କ ହିଂସା ମୁକ୍ତ ପାଇଁ ଶପଥ ପାଠ କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଟୀ, ଅଙ୍ଗନବାଡି ଦିଦି, ଅନ୍ତେବାସୀ, ୱାନ ସ୍ଟପ ସେଣ୍ଟର (ସଖୀ) କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ କୁକୁଡାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସମସ୍ତଙ୍କୁ ବିଦାୟ ସମ୍ବୋର୍ଦ୍ଧନ ଦେଇ କାର୍ଯ୍ୟ କ୍ରମକୁ ଶେଷ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here