ଗାଲେରୀ କଲେଜରେ ନବାଗତଙ୍କୁ ସ୍ୱାଗତ

0
302

ଭଞ୍ଜନଗର: ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ସ୍ନାତକ ମହାବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି।ଏହି ଅବସରରେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।ଅନ୍ତିମ ବର୍ଷର ଛାତ୍ରୀ ଟିକି ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଅଧ୍ୟାପକ ଦୁର୍ଗା ମାଧବ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଦ୍ଵିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନବାଗତଙ୍କୁ ସ୍ୱାଗତ ଜଣାଇଥିଲେ। ପିଲାଙ୍କ ଭବିଷ୍ୟତ ଗଠନ ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୀତା ବହି ଉପହାର ଦିଆ ଯାଇଥିଲା।ଚରିତ୍ର ଗଠନ, ସମାୟାନୁବର୍ତ୍ତିତା ଓ ଶାନ୍ତି ଶୃଙ୍ଖଳା ରକ୍ଷାକରି ଜଣେ ସୁନାଗରିକ ହେବା ପାଇଁ ଅତିଥିମାନେ ମତ ଦେଇଥିଲେ।ପ୍ରଥମ ବର୍ଷର ଛାତ୍ରୀ ଶୁଭଶ୍ରୀ ମିଶ୍ର ଓ ବିରୁପାକ୍ଷ ସାହୁ ଅନ୍ତିମ ପର୍ଯ୍ୟାୟରେ ସଙ୍ଗୀତ ଗାନ କରିଥିଲେ।ଶେଷରେ ଛାତ୍ର ରିତିକ ରୋସନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here