ପିପୁଲସ କଲେଜରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

0
254

ବୁଗୁଡା : ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ଵିତୀୟ ଶନିବାର କୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି। ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ଦ୍ଵିତୀୟ ଶନିବାର ଦିନ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ ହୋଇଯାଇଛି। ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ବିଶ୍ୱ ପ୍ରାଥମିକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମାନବୀୟ ମୂଲ୍ୟବୋଧ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କିପରି ପ୍ରାଥମିକ ଚିକିତ୍ସା କରାଯାଇ ଜୀବନ ରକ୍ଷା କରାଯାଇ ପାରିବ ସେହି ବିଷୟରେ ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ଶ୍ରୀ କର ତାଲିମ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ତାଲିମ ପରେ ଅଭ୍ୟାସ କାର୍ଯ୍ୟ କରିବା ସହ ପ୍ରାଥମିକ ଚିକିତ୍ସା କରି ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here