ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ଶ୍ରମ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

0
258

ପୋଲସରା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଲକ୍ଷ୍ମଣପଲ୍ଲୀ ଗ୍ରାମରେ ରାଜଶ୍ରୀ ବଳାସୀ ସମାଜ ପକ୍ଷରୁ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିସହ ରାଜଶ୍ରୀ ବଳାସୀ ସମାଜର ୧୦୯ ଜଣ ବ୍ୟକ୍ତି ବିଶେଷ ବିଭିନ୍ନ ଲୋକପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ସମର୍ଦ୍ଧାନ ପ୍ରଦାନ କରାଯାଇଥିଲା। ସେପ୍ଟେମ୍ବର ୧ ତାରିଖ ଦିନ ସଭାପତି ମଙ୍ଗୁଳୁଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ରାଜଶ୍ରୀ ବଳାସୀ ସମାଜର ନିର୍ବାଚିତ ଲୋକପ୍ରତିନିଧି ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ ନଂ ୫ ସଦସ୍ୟ ବଳରାମ ପ୍ରଧାନ, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ନିମିନା ସରପଞ୍ଚ ମାମା ସାହୁ ଓ ସମିତି ସଭ୍ୟା ଉଷାରାଣୀ ସାହୁ, ଖଣ୍ଡୁରୁ ସମିତି ସଭ୍ୟା ପ୍ରମୋଦିନୀ ସାହୁ, କଳମ୍ବ ସରପଞ୍ଚ ଗୀତାଞ୍ଜଳୀ ସାହୁ ଓ ସମିତି ସଭ୍ୟ ପ୍ରସାଦ କୁମାର ସାହୁ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟା, ଏନଏସି କାଉନସିଲର ଓ ସମବାୟ ସମିତିର ସଭାପତି ଓ ସଦସ୍ୟ ବୃନ୍ଦଙ୍କୁ ମିଶାଇ ମୋଟ ୧୦୯ ଜଣ ଲୋକପ୍ରତିନିଧିଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହମାନ୍ୟ ନାୟକ ବିକ୍ରମ ସାହୁ ଓ ହରିହର ପ୍ରଧାନ, ପାତ୍ର ସଂଜୟ କୁମାର ସାହୁ, ସମ୍ପାଦକ ଡକ୍ଟର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ। ରାଜଶ୍ରୀ ବଳାସୀ ସମାଜକୁ କେନ୍ଦ୍ର ସରକାର ପଛୁଆବର୍ଗ ଜାତିର ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ପୂର୍ବତନ ସମ୍ପାଦକ ଚନ୍ଦ୍ରଶେଖର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here