ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏ.ଏମ.-କ୍ୟୁ.ଏ. ଙ୍କୁ ଅଭିନନ୍ଦନ

0
262

ବୁଗୁଡା : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ର ଆସିଷ୍ଟାଣ୍ଡ ମ୍ୟାନେଜର -କ୍ୱାଲିଟି ଆସୁରେନ୍ସ ସଞ୍ଜୟ କୁମାର ପରିଡାଙ୍କୁ ବିଭିନ୍ନ ସ୍ତରରେ ଅଭିନନ୍ଦନ ପ୍ରଦାନ କରାଯାଇଛି। ଆସିଷ୍ଟାଣ୍ଡ ମ୍ୟାନେଜର- କ୍ୟୁ.ଏ. ଶ୍ରୀ ପରିଡାଙ୍କ କାର୍ଯ୍ୟଦକ୍ଷତା ଓ ସମନ୍ୱୟ ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ରହ୍ମପୁର ମହାନଗର ର ୩ ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନ ଜନକ ନେସନାଲ କ୍ବାଲିଟ ଆସୁରେନ୍ସ ଷ୍ଟାଣ୍ଡାଡ୍ସ ( NQAS) ସାର୍ଟିଫିକେଟ ମିଳିଥିବା ବେଳେ ଏହା ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣିପାରିଛି। ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ କେନ୍ଦ୍ରୀୟ NQAS ଟିମ ସମଗ୍ର ଓଡ଼ିଶାରେ ୯ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନ ସହ ୩ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଅଛି। ସେହି ତିନୋଟି ହେଲା ଗୌଡ଼ଗୋଠ ସ୍ୱାସ୍ଥ୍ୟ କେନ୍ଦ୍ର ୯୫ %, ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ର ୯୦ % ଓ ଭଞ୍ଜବିହାର ସ୍ୱାସ୍ଥ୍ୟ କେନ୍ଦ୍ର ୮୪.୮ % । ସେହିପରି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ବ୍ରହ୍ମପୁର ମହାନିଗମର ଗୁଡସ ସେଡ ରୋଡ଼, ବୈକୁଣ୍ଠ ନଗର ଓ ଉତ୍ତରାମୁଖୀ ତିନି ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ NQAS ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପରେ ଏହି ୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କେନ୍ଦ୍ରୀୟ ଅନୁଦାନ ମିଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପାଇବା ପାଇଁ ସାମୁହିକ ଉଦ୍ୟମ ହୋଇଥିବା ବେଳେ ଏହି କାର୍ଯ୍ୟରେ ଜିଲ୍ଲା ଆସିଷ୍ଟାଣ୍ଡ ମ୍ୟାନେଜର – କ୍ୟାଲିଟ ଆସୁରେନ୍ସ ସଞ୍ଜୟ କୁମାର ପରିଡାଙ୍କ ଅବଦାନ ଗୁରୁତ୍ତ୍ୱପୂର୍ଣ୍ଣ। ସେଥିପାଇଁ ରାଜ୍ୟ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଡ଼ାଇରେକ୍ଟର ଶାଳୀନ ପଣ୍ଡିତ, ସହଯୋଗ, ବୈଷୟୀକ ସମର୍ଥନ ଓ ଗୋଷ୍ଠୀ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ଏ.ଏମ.-କ୍ୟୁ.ଏ. ଶ୍ରୀ ପରିଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ମାଣିତରା ଅଞ୍ଚଳ ବୁଦ୍ଧିଜୀବୀ ବୃନ୍ଦ ମଧ୍ୟ ଶ୍ରୀ ପରିଡା ଙ୍କ ସମେତ ବୁଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଏବଂ ମାଣିତରା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here