ବି.ଡି.ପୁର କଲେଜ ଗଣିତ ବିଭାଗ ଛାତ୍ରଛାତ୍ରୀଙ୍କ ସଫଳତା

0
330

ଭଞ୍ଜନଗର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ଯୁକ୍ତ ତିନି ଶେଷ ପରୀକ୍ଷା ଫଳାଫଳରେ ଗଣିତ ବିଭାଗ ଛାତ୍ରଛାତ୍ରୀଙ୍କ ଶ୍ରେଷ୍ଠ ୧୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବି.ଡି.ପୁର କଲେଜ୍ ର ୪ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ସାଇସୃତି ପାଣିଗ୍ରାହୀ ଷଷ୍ଠ ସ୍ଥାନ ଗ୍ରହଣ କରିଥିବା ବେଳେ ଅଶ୍ବିନୀ ତ୍ରିପାଠୀ ଓ ଅଶ୍ବିନୀ କୁମାର ମହାନ୍ତି ଅଷ୍ଟମ ସ୍ଥାନ ଏବଂ ପ୍ରତୀକ୍ କୁମାର ନାୟକ ଦଶମ ସ୍ଥାନ ଗ୍ରହଣ କରି ମହାବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି। ଛାତ୍ର ଅଶ୍ବିନୀ କୁମାର ମହାନ୍ତି ଏହାର ଶ୍ରେୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି। ଗଣିତ ବିଭାଗର ମୁଖ୍ୟ ପ୍ରଧ୍ୟାପକ ଶିବପ୍ରସାଦ ନାୟକ ଏହାକୁ ମହାବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here