ଏମ୍.ଏ.ଭି ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

0
229

ବ୍ରହ୍ମପୁର:ବ୍ରହ୍ମପୁର ହିଲପାଟଣା ସ୍ଥିତ ମାତୃଶ୍ରୀ ଆଙ୍ଗଲୋଭେଦିକ୍ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବକୁ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଦ୍ଵାରା ପାଳିତ ହୋଇଥିଲା ।ନରସେରୀ, ଏଲକେଜି,ୟୁକେଜି ର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ରାଧା କୃଷ୍ଣଙ୍କ ବେଶଭୁଷା ଧାରଣ କରି ଯୋଗଦାନ କରିଥିଲେ ।ସେହିପରି ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ବିଦ୍ୟାଳୟ ପରିସରରେ ଏହି ଉତ୍ସବ ପାଳନ କରିବା ଦ୍ୱାରା ଉପସ୍ଥିତ ଥିବା ସମସ୍ତ ସମସ୍ତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ହୃଦୟରେ ଭକ୍ତି ଭାବର ଜାଗୃତି ହୋଇଥିଲା ।ଏହି ଉତ୍ସବକୁ ବିଦ୍ୟାଳୟର ସମ୍ପାଦକ କୁମୁଦ ରଞ୍ଜନ ପାଢ଼ୀ, ଅଧ୍ୟକ୍ଷ ଦ୍ଵାରିକା ନାଥ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ପାଢ଼ୀ, ଦିବ୍ୟସିଂହ ପଟ୍ଟନାୟକ,ଶିକ୍ଷୟତ୍ରୀ ପ୍ରଗତି ପତାଳ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here