ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0
288

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରାଣିପେଣ୍ଠ ସ୍ଥିତ ଗୁମ୍ମା ରାସ୍ତା ରେ ଥିବା ନିୟତି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସେବାରତ ଅନୁଷ୍ଠାନ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଗଜପତି ଯୋଗ ଶିବିର ପ୍ରଶିକ୍ଷଣ ଗୁରୁ  ବିଘ୍ନେଶ୍ୱର ଦାସ ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ          ଅଧାଘଣ୍ଟI ଯୋଗ କରିବାଦ୍ୱାରା ମାନସିକ ଓ ଶାରିରୀକ ବିକାଶ ହୋଇପାରିବ।ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ନିମନ୍ତେ ଏହି ଭଳି ପିଲାଙ୍କୁ ପ୍ରଥମେ ଶାରିରୀକ ସୁସ୍ଥତା ନିତାନ୍ତ ଜରୁରୀ ବୋଲି କହିଥିଲେ। ଅନୁଷ୍ଠାନର ସଭାପତି ଡକ୍ଟର ଅଜୟକୁମାର ତ୍ରିପାଠୀ ଅଧ୍ୟକ୍ଷତାରେ ଆଜି ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ *ଅରୁଣା* ର ଜିଲ୍ଲା ପରାମର୍ଶ ଦାତା ତଥା ଶିଶୁ ସୁରକ୍ଷା ଯୋଜନା ଯୋଗଦେଇ ମାନସିକ ଅନଗ୍ରସର ଛାତ୍ର ଛାତ୍ରୀ ଙ୍କୁ ଖେଳ ଗୀତ ,ସ୍ନେହ ଓ ଶ୍ରଦ୍ଧା ବଳରେ ତାଙ୍କୁ ଆବଶ୍ୟକୀୟ ମାନସିକ ବିକାଶରେ ସହାୟତା ପାଇଁ ଉଦବୋଧନ ଦେଇଥିଲେ।ନିୟତିର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା,ସ୍ଵାଗତ ସମ୍ଭାଷଣ ଦେଇଥିବାବେଳେ, ଡାକ୍ତର ଅରୁଣ ନାୟକ ଫିଜିଓଥେରୋପିଷ୍ଟ ,  ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିଖିକ୍ଷା ଶାଶ୍ଵତୀ ବେବର୍ତ୍ତା,ପ୍ରତିମା ନାୟକ, ସୁନିତ୍ ଗମାଙ୍ଗ,ସୁଷମା ନାୟକ,ରୀତୁ ସାହୁ,ପୂର୍ଣାବାସୀ ନାୟକ,ଜୟାମ୍ମା ପ୍ରଭୃତି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ପିଲାମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ସେହିପରି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ନୈବାହିନି ଛାତ୍ର ମାନଙ୍କୁ ନେଇ ଯୋଗ ଗୁରୁ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶନ୍ନ ରଥ, ସେହିପରି ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ସହାୟକ ମହାବିଦ୍ୟାଳୟ ରେ ମଧ୍ୟ ଏନ୍ ସି ସି ଛାତ୍ର ମାନଙ୍କୁ ନେଇ ଯୋଗ ଦିବସ ପାଳନ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here