ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ

0
245

ଛତ୍ରପୁର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜିର ଏହି ଅଭିଯୋଗ ଶୁଣାଣୀରେ ସମୁଦାୟ ୬୫ ଗୋଟି ଆବେଦନର ଶୁଣାଣୀ କରିଥିଲେ । ତନ୍ମଧ୍ୟରୁ ପେନସନ୍ ବାବଦକୁ ୨୮, ସ୍ବାସ୍ଥ୍ୟଗତ ୧ଗୋଟି , ପ୍ରମାଣ ପତ୍ର ବାବଦକୁ ୧୪ଗୋଟି, ଜୀବନଜୀବୀକା ବାବଦକୁ ୧ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୪ ଗୋଟି, ଶିକ୍ଷା ସମ୍ପର୍କିତ ୧ଗୋଟି, ପିଡିଏସ୍ ବାବଦକୁ ୪ଗୋଟି, ଉପକରଣ ବାବଦକୁ ୧୫ଟି ଓ ଅନ୍ୟାନ୍ୟ ସମସ୍ୟା ବାବଦକୁ ୧ ଟି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୯ ଜଣଙ୍କୁ ଉପକରଣ ଯୋଗାଇ ଦିଆଯାଇଥିବା ବେଳେ ୨୬ ଗୋଟି ଆବେଦନର ଫୈସଲା ହୋଇଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ବଳକା ରହିଥିବା ୩୩ ଗୋଟି ଆବେଦନର ଶୁଣାଣୀ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇ ଏହାର ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here