କୋଦଳା ଅଧ୍ୟକ୍ଷଙ୍କ ଦ୍ଵାରା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ବଣ୍ଟନ

0
240

ବେଗୁନିଆପଡା: ଗଂଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କିଛି ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରିଛନ୍ତି । ଏନଏସି କାର୍ଯ୍ୟାଳୟକୁ ଆସି କିଛି ହିତାଧିକାରୀ ଭତ୍ତା ପାଇ ନ ଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିବା ପରେ ଅଧ୍ୟକ୍ଷ ଶ୍ରୀ ନାୟକ ତୁରନ୍ତ ପଦକ୍ଷେପ ନେଇ ଏହି ଭତ୍ତା ବଣ୍ଟନ କରିଛନ୍ତି । ସୂଚନାନୁଯାୟୀ, କିଛି ହିତାଧିକାରୀଙ୍କ ୫ମାସ ପର୍ଯ୍ୟନ୍ତ ଭତ୍ତା ମଞ୍ଜୁର ହୋଇ ଯାଇଥିଲେ ମଧ୍ୟ କୌଣସି କାରଣ ବଶତଃ ସେମାନେ ଭତ୍ତା ପାଇ ନଥିଲେ । ନୂତନ କରି ଅଧ୍ଯକ୍ଷ କାର୍ଯ୍ୟରେ ଯୋଗ ଦେବା ପରେ ହିତାଧିକାରୀମାନେ ଆସି ଅଧ୍ଯକ୍ଷଙ୍କୁ ଏ ବାବଦରେ ଜଣାଇଥିଲେ । ସେମାନଙ୍କ ଠାରୁ ଶୁଣିବା ପରେ ତୁରନ୍ତ ଅଧ୍ଯକ୍ଷ ଶ୍ରୀ ନାୟକ ପ୍ରଶାସନ ଠାରୁ ଏବାବଦରେ ସ୍ପଷ୍ଟୀକରଣ ମାଗିବା ପରେ ୨୨ ଜଣ ହିତାଧିକାରୀଙ୍କ ଭତ୍ତା ମଞ୍ଜୁର ହୋଇଥିବା ଜଣାପଡିଥିଲା। ଏହା ପରେ ସମସ୍ତ ୨୨ ଜଣ ହିତାଧିକାରୀଙ୍କୁ ପିଛଲା ଭାବେ ୫ ମାସର ଭତ୍ତା ବଣ୍ଟନ କରାଯାଇଥିଲା । ଭତ୍ତା ପାଇବା ପରେ ହିତାଧିକାରୀ ମାନେ ଖୁସି ବ୍ୟକ୍ତ କରିଥିବା ବେଳେ ଅଧ୍ଯକ୍ଷଙ୍କ ତୁରନ୍ତ ପଦକ୍ଷେପକୁ ନେଇ ସାଧୁବାଦ ଜଣାଇଥିଲେ ହିତାଧିକାରୀ । ଏହି ଅବସରରେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣଙ୍କ ସହ ଉପାଧ୍ୟକ୍ଷା ରଞ୍ଜିତା ସେଠୀ, କାଉନସିଲର ମଧୂସୁଧନ ଜେନା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ସହଯୋଗ କରିଥିଲେ।ଅପରପକ୍ଷେ ଆଉ କିଛି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଖୁବ୍ ଶୀଘ୍ର ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here