ଠିକାଦାରଙ୍କ ଜୁଲୁମରେ ଆହତ କାହ୍ନାକୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ;ଆର ବି ଏସ କେ ଟିମର ତଦାରଖରେ କାହ୍ନା l

0
737

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କୋଦଳାରେ ଦୀର୍ଘ ଛ’ ମାସ ତଳେ ଘଟିଥିବା ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିଛି l କୋଦଳାର ଜଣେ ପ୍ରଭାବଶାଳୀ ଠିକାଦାରଙ୍କ ଅତ୍ୟାଚାରରେ ଜଣେ ପନ୍ଦର ବର୍ଷର ବାଳକ ମୃତ୍ୟୁ ସହ ସଂଘର୍ଷ କରୁଛି l ଆହତ ଜଣଙ୍କ ହେଲେ କୋଦଳା ଖଲାଡ଼ି ସାହି ବାସିନ୍ଦା ସୁର ପ୍ରଧାନଙ୍କ ପୁଅ କାହ୍ନା ପ୍ରଧାନ l ସୁର ପ୍ରଧାନଙ୍କ ମତରେ ଛ’ ମାସ ତଳେ ଜନୈକ ଠିକାଦାର ରାତ୍ର ୧୦ଘଣ୍ଟ ସମୟରେ ସୁର ପ୍ରଧାନର ଘରେ ପହଞ୍ଚି ଘରେ ଏକ କାମ ଅଛି କହି ମୋର ଛୋଟ ପୁଅ କାହ୍ନାକୁ ଡାକି ନେଇ ଶ୍ମଶାନରେ ନିର୍ମିତ ହେଉଥିବା ଏକ ଘର କାମ ନିମନ୍ତେ ହୁକ ପକାଇବାକୁ ବାଧ୍ୟ କରିଥିଲେ l ମନା କରିବାରୁ ମାରିଥିଲେ ମଧ୍ୟ l ବାଧ୍ୟ ହୋଇ କାହ୍ନା ହୁକ ପକାଇବା ସମୟ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ପୋଡି ଯାଇଥିଲା l ସଙ୍ଗେ ସଙ୍ଗେ ସେଠାରେ ଥିବା ଠିକାଦାର ମେଡିକାଲ ରେ ପହଁଚାଇବା ପରେ ଆମ ଘରକୁ ଆସି ତାର ମାକୁ ଶୀଘ୍ର ମେଡିକାକ କୁ ଯିବାକୁ କହିଥିଲେ l ମା’ ମେଡିକାଲ ଯିବା ପରେ ପୁଅ ର ଏପରି ଅବସ୍ଥା ଦେଖି କାନ୍ଦୁଥିବା ବେଳେ ଉକ୍ତ ଠିକାଦାର ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲେ ଏବଂ ପୋଲିସରେ ଖବର ଦେବାକୁ ମନା କରିଥିଲେ l ପରେ ପରେ ବ୍ରହ୍ମପୁର ଏବଂ ଅବସ୍ଥା ସାଂଘାତିକ ହେବାରୁ କଟକ ନେଇଥିଲେ l କିନ୍ତୁ ଠିକାଦାର ଆଉ ଦେଖାଦେଇ ନଥିଲେ l ଦୀର୍ଘ ଛ ମାସ ଧରି ୧୧କେଭି ବିଦ୍ୟୁତ ସଂସ୍ପର୍ଶ ରେ ଆସି ସତୁରୀ ଭାଗ ପୋଡି ଶଯ୍ୟାଶାୟୀ ହୋଇଥିବା ପନ୍ଦର ବର୍ଷ ର ବାଳକ କାହ୍ନା ପ୍ରଧାନ ଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର କୋଦଳା ମେଡିକାଲ ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯକ୍ରମ ଜରିଆ ରେ ଡଃ ଜୟଦେବ ନାୟକଙ୍କ ତତ୍ଵାବଧାନ ରେ ଡଃ ମୈତ୍ରୀ ସଂଘମିତ୍ରା ଓ ଏଏନଏମ ବି.ଗୀତାଞ୍ଜଳିଙ୍କ ଉପସ୍ଥିତି ରେ ଉଚ ସ୍ତରୀୟ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡ଼ିଛି l
ପ୍ରକାଶ ଥାଉ କି ଚଳିତ ଅଗଷ୍ଟ ମାସ ୧୭ତାରିଖ ଦିନ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ସାଂସଦ ପ୍ରମିଳା ବିଶୋଇ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଏକ କାର୍ଯକ୍ରମରେ ଯୋଗ ଦେଇଥିବା ଅବସରରର ସୁର ପ୍ରଧାନ ତାଙ୍କ ଦୁଃଖ ବଖାଣିବା ସହ ପୁଅକୁ ବଞ୍ଚାଇବା ପାଇଁ କାକୁତିମିନତି ହୋଇଥିଲେ ଏବଂ ଉକ୍ତ ପ୍ରଭାବଶାଳୀ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ l ସବୁ ଶୁଣିବା ପରେ ବିଧାୟିକା କାହ୍ନାର ଚିକିତ୍ସା ପାଇଁ ସବୁ ପ୍ରକାର ସହଯୋଗ କରିବାକୁ କହି ମେଡିକାଲ ଯିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ l ଅନ୍ୟପଟେ ଏହି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲାପାଳ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୀଘ୍ର କାହ୍ନାର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ ଯାଇ ଯଥାଶୀଘ୍ର ମେଡିକାଲ ନେବା ବ୍ୟବସ୍ଥା କରିବା ସହିତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିବା ସହ ଦୋଷୀ ଠିକାଦାର କୁ ଉପଯୁକ୍ତ ଦଣ୍ଡ ବିଧାନ କରାଯିବ ବୋଲି କହିଥିଲେ l ବିଧାୟିକା ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ସୋମବାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାଇ କୋଦଳା ମେଡିକାଲ ଅଧିକାରୀ ଚିନ୍ମୟୀ ମିଶ୍ରଙ୍କ ଅନୁମତି ପାଇ ଆରବିଏସକେ ଟିମ କାହ୍ନା ର ଘରେ ପହଞ୍ଚି ସ୍ଵାସ୍ଥ୍ୟ ପରୀକ୍ଷା କରି ମଙ୍ଗଳବାର ବ୍ରହ୍ମପୁର ଅଭିମୁଖେ ବାହାରିଥିବା ଡଃ ଜୟଦେବ ପ୍ରକାଶ କରିଥିଲେ l ଗରିବ ଅସହାୟ ପରିବାରକୁ ଏପରି ସହଯୋଗ କରିଥିବାରୁ ବିଧାୟିକା , ଜିଲ୍ଲାପାଳ ଏବଂ ଆରବିଏସକେ ଟିମକୁ କାହ୍ନାର ପରିବାର ଓ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ଏବଂ ଠିକାଦାରଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିଛନ୍ତି l

LEAVE A REPLY

Please enter your comment!
Please enter your name here