ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା ନିମନ୍ତେ ହଂସତୁଳି ରେ କଳସ ଯାତ୍ରା ଅନୁଷ୍ଠିତ

0
252

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଶ୍ରୀ ଶ୍ରୀ ଆଦିଶ୍ୱର ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜି କଳସ ଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣ ବରଣ, ଶାଲା ପୂଜା ଆଦି ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏଥିରେ ଘୃତଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଣ୍ଡିତ ବିରୁପାକ୍ଷ ଦାଶ ଶର୍ମା ସମେତ ଅନ୍ୟାନ୍ୟ ପୁରୋହିତ ମାନଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ହଂସତୁଳି ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ହଂସତୁଳି ଗ୍ରାମ ଉତ୍ସବ ମୁଖର ପାଲଟିଛି । ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି ।ରାମ ଦୋଳି, ମୀନାବଜାର, ମଥୁରା କେକ୍ ଭକ୍ତମାନଙ୍କୁ ବେଶ୍ ମନୋରଞ୍ଜନ ର ଖୁରାଗ ଯୋଗାଉଛି ।

LEAVE A REPLY

Please enter your comment!
Please enter your name here