ବେଗୁନିଆପଡା ଅଞ୍ଚଳରେ ସଂକ୍ରାନ୍ତି ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

0
256

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଁଗଡ଼ , ସୁମଣ୍ଡଳ , ବି. ନୂଆଗାଁ, ଶାଳବଣ, ଚିଙ୍ଗୁଡିଖୋଲ ଆଦି ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମେରୁପଡିଆ ରେ ଦଣ୍ଡୁଆ ମାନଙ୍କ ଦ୍ଵାରା ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଏବଂ ମା କାଳୀ ଙ୍କ ପୂଜାର୍ଚ୍ଚନା କରାଯାଇ ମାସନ୍ତ ମେରୁ ଯାତ୍ରା ସମାପନ ହୋଇଯାଇଛି । ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ଦଣ୍ଡୁଆ ମାନଙ୍କ ଦ୍ଵାରା ଦୀର୍ଘ ୧୩ ଏବଂ ୨୧ ଦିନ ଧରି ଏହି ଯାତ୍ରା ଚାଲିଥିଲା ।ଏଥିସହିତ ଆଜି ପବିତ୍ର ପଣା ସଂକ୍ରାନ୍ତି ହୋଇଥିବାରୁ ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here