କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବ – ଜିଲ୍ଲାପାଳ

0
286

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି (ପି.ସି. ଆଣ୍ଡ ପି.ଏନ୍.ଡି.ଟି) ନିୟମର ଜିଲ୍ଲା ପରାମର୍ଶଦାତା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ନୂତନ ସଦସ୍ୟ ଓ ସଦସ୍ୟା ମାନଙ୍କୁ ସ୍ବାଗତ ଜଣାଇ କନ୍ୟା ଭୃଣହତ୍ୟା କରିବା ନେଇ ହେଉଥିବା କାର୍ଯ୍ୟକଳାପର ନିନ୍ଦା କରିବା ସହିତ ଏହାକୁ ରୋକିବା ଦିଗରେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିଜସ୍ବ ମତ ରଖିଥିଲେ । ଜିଲ୍ଲାର ଯେତେସବୁ ସୋନେଗ୍ରାଫି କେନ୍ଦ୍ର ରହିଛି ସେଗୁଡିକ ଉପରେ କଡା ନଜର ରଖାଯିବ । ତତ୍ ସହିତ ଉକ୍ତ କେନ୍ଦ୍ରର ପରିଚାଳକ ମାନଙ୍କୁ ନେଇ ବୈଠକ କରାଯିବ ଏବଂ ସେମାନଙ୍କୁ ସଚେତନ କରାଇ ଭୃଣ ଚିହ୍ନଟ ନ କରିବାକୁ ସେମାନଙ୍କୁ ଶପଥପାଠ କରାଯିବ । ସମସ୍ତ ଡାଇଗ୍ନୋସିସ୍ ସେଣ୍ଟର ଗୁଡିକ ଉପରେ ନଜର ରଖିବାକୁ ବ୍ଲକ୍ ସ୍ତରୀୟ ଅଧିକାରୀ ମାନଙ୍କୁ ସଚେତନ କରାଯିବ । ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି ପି.ସି. ଆଣ୍ଡ ପି.ଏନ୍.ଡି.ଟି ନିୟମର ସଠିକ୍ ପାଳନ ସକାଶେ ସଚେତନ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ରହିଥିବା ଡାଇଗ୍ନୋସିସ୍ ସେଣ୍ଟର ଗୁଡିକରେ ଭୃଣ ଚିହ୍ନଟ ନିମନ୍ତେ ଜିଲ୍ଲାର ଲୋକେ ଯାଇ ପାରନ୍ତି ତେଣୁ ସଜାଗ ରହିବାକୁ ଜିଲ୍ଲାପାଳ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଜଣାଇଥିଲେ । କନ୍ୟା ଭୃଣ ହତ୍ୟା କରାଗଲେ ଯେଉଁ ସବୁ ପ୍ରତିକୂଳ ପରିସ୍ଥିତି ଦେଖାଯଏ ସେ ସମ୍ପର୍କରେ ଯୁବତୀ ମାନଙ୍କୁ ସଚେତନ କରିବା ଆବଶ୍ୟକ । ମମତା ଯୋଜନାର ସଠିକ୍ ଅନୁପାଳନ କରିବା ବେଳେ ଅଙ୍ଗନଓ୍ବାଡି କର୍ମୀଗଣ ସଜାଗ ରହିଲେ କନ୍ୟା ଭୃଣହତ୍ୟା କମିବ ଓ ଦେଶର ପୁଅ ମାନଙ୍କ ସଂଖ୍ୟା ସହିତ ଝିଅମାନଙ୍କର ସଂଖ୍ୟା ମଧ୍ୟରେ ସମାନ ଅନୁପାତ ହେବ । ସଚେତନତା ସକାଶେ ଏକ ଦୁଇ ମିନିଟିଆ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜାତୀୟ ପରିବାର ସ୍ବାସ୍ଥ୍ୟ ୨୦୧୯ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କରିଥିବା ଜନ୍ମିତ ଶିଶୁ ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲା ପ୍ରତି ହଜାରେ ପୁରୁଷରେ ୮୦୧ ଝିଅ ଥିଲା । ବର୍ତ୍ତମାନର ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲା ରେ ବ୍ୟାପକ ସଚେତନତ କାର୍ଯ୍ୟ ହେବା ଯୋଗୁଁ ସମ୍ପ୍ରତି ପ୍ରତି ହଜାରେ ପୁଅରେ ୮୫୫ ଝିଅ ରହିଥିବା ରେକର୍ଡରୁ ସୂଚନା ମିଳିଛି । ଏଣୁ ସଚେତନତା କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଡା. ସୁଚିତ୍ରା ସାହୁ, ଡା. ଭବାନୀ ଶଙ୍କର ମିଶ୍ର, ଡା. ଅମୂଲ୍ୟ କୁମାର ମିଶ୍ର, ଡିସିପିଓ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଜତିନ୍ ପରିଡା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭ୍ୟ ସଭ୍ୟା, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here